ଚୋରି କରିବାକୁ ଯାଇ ଦୁଷ୍କର୍ମ

ନୂଆଦିଲ୍ଲୀ: ଚୋରି ପରେ ଦୁଷ୍କର୍ମ । ପରେ ତଂଟି ଚିପି ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୂଆଦିଲ୍ଲୀର ଜଙ୍ଗପୁରା ଅଚଂଳରେ । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଲିସ୍ ଅଭିଯୁକ୍ତକୁ ଗିରଫ କରି ଛାନଭିନ୍ ଆରମ୍ଭ କରିଛି ।

ପୁଲିସ୍ ସୂଚନା ଅନୁଯାୟୀ, ଲକଡାଉନ୍ ଯୋଗୁଁ ମହିଳା ଜଣଙ୍କ ଘରେ ଏକାକି ଥିଲେ । ଏହାର ସୁଯୋଗ ଉଠାଇ ଜଣେ ଦୁର୍ବୃତ ତାଙ୍କ ଘରେ ପଶିଥିଲା । ମହିଳାଙ୍କୁ ଛୁରି ଦେଖାଇ ଭୟଭୀତ କରିବା ସହିତ ଘରେ ଥିବା ନଗଦ ଟଙ୍କା, ସୁନାଗହଣା ଓ ଏଟିଏମ୍ କାର୍ଡ ଲୁଟି ନେଇଥିଲା । ଏହାପରେ ମହିଳାଙ୍କୁ ଏକାକି ପାଇ ଦୁଷ୍କର୍ମ କରିଥିଲା । ତେବେ ସେତିକିରେ ଅଭିଯୁକ୍ତ ମନ ବୁଝି ନଥିଲା । ସେ ମହିଳାଙ୍କ ଗଳା କାଟି ହତ୍ୟା କରିଥିଲା । ପରେ ସେଠାରୁ ଫେରାର୍ ହୋଇଯାଇଥିଲା । ମହିଳାଙ୍କ ମୃତ୍ୟୁ ଖବରପାଇ ପୁଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ନିକଟରେ ଲାଗିଥିବା ଏକ ସିସିଟିଭି ଫୁଟେଜରୁ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିଛି । ଅଭିଯୁକ୍ତ ନାମ ସୋନୁ । ତା’ ବିରୋଧରେ ପୂର୍ବରୁ ଅପରାଧୀକ ରେକର୍ଡ ଥିବା ପୁଲିସ୍ କହିଛି ।

ମତାମତ ଦିଅନ୍ତୁ ।