ଭାରତ କିଣିବ ଆଉ ୩୬ଟି ରାଫେଲ ବିମାନ

ନୂଆଦିଲ୍ଲୀ : ଫ୍ରାନ୍ସ ଠାରୁ ଭାରତ ଆଉ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବାକୁ ଯୋଜନା କରୁଛି। ଆସନ୍ତା ବର୍ଷ ଏନେଇ ଚୁକ୍ତି ସ୍ୱାକ୍ଷରିତ ହେବ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ଏହି ନିମାନ ଆସିଲେ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଥିବା ରାଫେଲ ସଂଖ୍ୟା ୭୨ରେ ପହଞ୍ଚିବ। ଗତ ୨୦ ତାରିଖରେ ଫ୍ରାନ୍ସଠାରୁ ଭାରତକୁ ପ୍ରଥମ ରାଫେଲ ବିମାନ ମିଳିଛି। ୨୦୧୬ ଚୁକ୍ତି ଅନୁଯାୟୀ ଭାରତ ଆଉ ୩୫ଟି ବିମାନ ପାଇବ।

ସୂଚନାଯୋଗ୍ୟ ଯେ ଫ୍ରାନ୍ସ ଗତ ଅଗଷ୍ଟ ମାସରେ ଆଉ୨ ସ୍କ୍ଵାର୍ଡନ ବା ୩୬ଟି ରାଫେଲ ବିମାନ ଭାରତକୁ ରିହାତି ଦରରେ ବିକିବ ବୋଲି ରସ୍ତାବ ଦେଇଥିଲା। ପୂର୍ବ ରାଫେଲ ଡିଲର ମୂଲ୍ୟ ୭.୮୭ ବିଲିୟନ ୟୁରୋ ରହିଥିବା ବେଳେ ସମାନ ବୈଶିଷ୍ଟ୍ୟ ଥିବା ୩୬ଟି ରାଫେଲ ବିମାନକୁ ୬ ବିଲିୟନ ୟୁରୋ ବିନିମୟରେ ଦେବାକୁ ଫ୍ରାନ୍ସ ରାଜି ହୋଇଛି। ଭାରତୀୟ ବାୟୁସେନା ଏହି ବିମାନ ଅଧିଗ୍ରହଣ କରିବାକୁ ଆଗ୍ରହୀ ଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।