Sat. Dec 14th, 2019

ପାକ୍‌ ସେନାମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ୭ ଲେଫ୍ଟନାଣ୍ଟ ଜେନେରାଲଙ୍କ ବିରୋଧ

ନୂଆଦିଲ୍ଲୀ : ପାକିସ୍ତାନ ସେନାମୁଖ୍ୟ ଜେନେରାଲ କମର୍‌ ଜାଭେଦ୍‌ ବାଜୱାଙ୍କ କାର୍ଯ୍ୟକାଳକୁ ସର୍ତ୍ତମୂଳକ ଭାବେ ଛଅ ମାସ ବଢ଼ାଯିବା ଘଟଣାକୁ କେନ୍ଦ୍ରକରି ପାକ୍‌ ସେନାରେ ଅସନ୍ତୋଷ ତୀବ୍ର ହୋଇଛି। ଗତ ନଭେମ୍ବର ୨୯ ତାରିଖରେ ୬୦ ବର୍ଷ ବୟସରେ ଅବସର ଗ୍ରହଣ କରିବାପରେ ପାକିସ୍ତାନର ଇମ୍ରାନ୍‌ ଖାନ୍‌ଙ୍କ ସରକାର ସେନାମୁଖ୍ୟ ଜେନେରାଲ କମର୍‌ ଜାଭେଦ୍‌ ବାଜୱାଙ୍କ କାର୍ଯ୍ୟକାଳକୁ ସର୍ତ୍ତମୂଳକ ଆଉ ଛଅ ମାସ ବଢ଼ାଇଥିଲେ। ଏହାକୁ ପାକିସ୍ତାନ ସେନା ଗ୍ରହଣ କରିପାରି ନାହିଁ। ଏହି ନିଷ୍ପତ୍ତିକୁ ବିରୋଧରେ ପାକି ସେନାର ୭ ଜଣ ଲେଫ୍ଟନାଣ୍ଟ ଜେନେରାଲ ଅସନ୍ତୋଷ ପ୍ରଦର୍ଶନ କରିଛନ୍ତି। ମୁଲତାନ୍‌ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ସର୍ଫରାଜ ସତ୍ତାର କହିଛନ୍ତି ଅବସର ଗ୍ରହଣ କରିଥିବା ସେନାମୁଖ୍ୟ ଜେନେରାଲ କମର୍‌ ଜାଭେଦ୍‌ ବାଜୱାଙ୍କୁ ଆଉ ଦିନକ ପାଇଁ ଆମେ ସେନାମୁଖ୍ୟ ଭାବେ ଗ୍ରହଣ କରିପାରିବୁ ନାହିଁ।

Leave a Reply

Your email address will not be published. Required fields are marked *