Sat. Dec 14th, 2019

ହେଲ୍‌ମେଟ୍‌ ପିନ୍ଧିବା ଇଚ୍ଛାଧୀନ ଘୋଷଣା କଲେ ଗୁଜୁରାଟ ସରକାର

ନୂଆଦିଲ୍ଲୀ : ‌ଏଣିକି ହେଲ୍‌ମେଟ୍‌ ପିନ୍ଧିବା ଯାତ୍ରୀଙ୍କ ପାଇଁ ବାଧ୍ୟବଧକତା ନୁହେଁ। ଏହା ଇଚ୍ଛାଧୀନ। ଗୁଜୁରାଟ ସରକାର ‌ଏହି ନୂଆ ନିୟମ ଲାଗୁ କରିଛନ୍ତି। ଏହି କୋହଳ ନିୟମ ନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ କରାଯାଇଥିବା ସୂଚନା ମିଳିଛି। ରାଜ୍ୟର ନଗରନିଗମ ଓ ନଗରପାଳିକା ଅଞ୍ଚଳରେ ବାଇକ୍‌ ଆରୋହୀଙ୍କ ପାଇଁ ହେଲ୍‌ମେଟ୍‌ ପିନ୍ଧିବା ଇଚ୍ଛାଧୀନ ବୋଲି ସରକାର ବୁଧବାର ଘୋଷଣା କରିଛନ୍ତି। ଗୁଜୁରାଟ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯିବା ପରେ ପରିବହନ ମନ୍ତ୍ରୀ ଆର୍‌ ସି ଫାଲ୍‌ଦୁ ଏନେଇ ସୂଚନା ଦେଇଛନ୍ତି।

ଫାଲ୍‌ଦୁ କହିଛନ୍ତି ନଗରପାଳିକା ଓ ନଗରନିଗମର ସହାରାଞ୍ଚଳରେ ଲୋକମାନେ ହେଲ୍‌ମେଟ୍ ପିନ୍ଧିବା ଦ୍ଵାରା ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅନେକ ଅଭିଯୋଗ ମିଳିଛି। ତେଣୁ ଆମେ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲୁ। ତେବେ କଟକଣା ହଟାଯାଇଥିବା ଅଞ୍ଚଳକୁ ବାଦ୍‌ ଦେଇ ଅନ୍ୟ ଅଞ୍ଚଳମାନଙ୍କରେ ହେଲ୍‌ମେଟ୍‌ ପିନ୍ଧିବା ପୂର୍ବପରି ବାଧ୍ୟତାମୂଳକ ରହିଛି।

Leave a Reply

Your email address will not be published. Required fields are marked *