Sat. Dec 14th, 2019

ଅନଲାଇନ ଔଷଧ ବିକ୍ରି ଉପରେ କଟକଣା

ନୂଆଦିଲ୍ଲୀ : ଅନଲାଇନରେ ଔଷଧ ବିକ୍ରି ଉପରେ କଟକଣା ଲଗାଇଛନ୍ତି ଭାରତୀୟ ଔଷଧ ମହାନିୟନ୍ତ୍ରକ। ଏନେଇ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ଅନଲାଇନ ଔଷଧ ବିକ୍ରି ବନ୍ଦ ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେବାପରେ ଭାରତୀୟ ଔଷଧ ମହାନିୟନ୍ତ୍ରକ ଏହି ନିଷ୍ପତ୍ତି ନେଇଛନ୍ତି।

୨୦୧୮ରେ ଜାହିର ଅହମଦ ନାମକ ବ୍ୟକ୍ତି ଅନଲାଇନରେ ଔଷଧ ବିକ୍ରି ବନ୍ଦ ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ସେ ଦର୍ଶାଇଥିଲେ ଅନଲାଇନରେ ଔଷଧ ବିକ୍ରି କଲେ ତାହାର ଦୁରୁପଯୋଗ ହେବ ଓ ଲୋକମାନେ ତାହାର ଅପବ୍ୟବହାର କରିବେ। ଏହାର ପ୍ରଭାବ ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡିବ। ଏହି ଆବେଦନର ବିଚାର କରି ହାଇକୋର୍ଟ ରାୟ ଦେଇଥିଲେ ଅନଲାଇନ ଔଷଧ ବିକ୍ରି ନେଇ କେନ୍ଦ୍ର ସରକାର କୌଣସି ଆଇନ ପ୍ରଣୟନ ନକରିବା ପର୍ଯ୍ୟନ୍ତ ତାହାକୁ ବନ୍ଦ କରାଯାଉ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଭାରତୀୟ ଔଷଧ ମହାନିୟନ୍ତ୍ରକ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଔଷଧ ନିୟନ୍ତ୍ରକମାନଙ୍କୁ ନିର୍ଦ୍ଦେଶ ଜାରି କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *