Mon. Dec 16th, 2019

ଦୁଇଟି ସିଝା ଅଣ୍ଡାର ଦାମ ୧୭୦୦ ଟଙ୍କା

ନୂଆଦିଲ୍ଲୀ : ମୁମ୍ବାଇର ଏକ ନାମୀ ହୋଟେଲରେ ଦୁଇଟି ସିଝା ଅଣ୍ଡା ପାଇଁ ଜଣେ ଗ୍ରହକଙ୍କୁ ଦେବାକୁ ପଡିଛି ୧,୭୦୦ ଟଙ୍କା। ପୂର୍ବରୁ ଚଣ୍ଡୀଗଡର ଏକ ପଞ୍ଚତାରକା ହୋଟେଲରେ ଫିଲ୍ମଷ୍ଟାର ରାହୁଲ ବୋଷ ଦୁଇଟି କଦଳୀ ପାଇଁ ୪୪୨ ଟଙ୍କା ଗଣିଥିବା ଘଟଣା ସାମନାକୁ ଆସିଥିଲା।

ମୁମ୍ବାଇର ‘ହୋଟେଲ ଫର ସିଜିନ’ ହୋଟେଲରେ ଦୁଇଟି ସିଝା ଅଣ୍ଡା ୧୭୦୦ ଓ ୪ଟି ଅମଲେଟ୍ ପାଇଁ ନିଆଯାଉଛି ୩୪୦୦ ଟଙ୍କା। କାର୍ତ୍ତିକ ଧର ନାମକ ଜଣେ ବ୍ୟକ୍ତି ଏହି ହୋଟେଲରେ ଦୁଇଟି ସିଝା ଅଣ୍ଡା ଖାଇଥିଲେ। ତାଙ୍କୁ ୧୭୦୦ ଟଙ୍କା ବିଲ୍ ଦିଆଯିବାରୁ ସେ ଆଶ୍ଚର୍ଯ୍ୟ ହୋଇଥିଲେ। କିନ୍ତୁ କିଛି ଉପାୟ ନପାଇ ଟଙ୍କା ଗଣିଲେ।

ଏହି ବ୍ୟକ୍ତିଜଣକ ରାହୁଲ ବୋଷଙ୍କୁ ସୋସିଆଲ ମିଡିଆରେ ଟ୍ୟାଗ୍ କରି ଲେଖିଛନ୍ତି, ‘ରାହୁଲ ବୋଷ ଭାଇ ଆନ୍ଦୋଳନ କର”। କେବଳ ସିଝା ଅଣ୍ଡା ନୁହେଁ, ବିଲରେ ୪ଟି ଅମଲେଟର ମୂଲ୍ୟ ସାମିଲ ରହିଛି, ଯେଉଁଥିପାଇଁ ହୋଟେଲ ମୋ ଠାରୁ ୩୪୦୦ ଟଙ୍କା ଆଦାୟ କରିଛି। କାର୍ତ୍ତିକ ନିଜ ପ୍ରୋଫାଇଲ ଉଲ୍ଲେଖ କରିଛନ୍ତି ସେ ‘ଅଲ୍ ଦ କ୍ବିନ୍ସ ମ୍ୟାନ’ର ଲେଖକ ଓ ରାଷ୍ଟ୍ରପତି ପୁରଷ୍କାର ପାଇସାରିଛନ୍ତି। ଏହାସହ ଦିଲ୍ଲୀ ଆଇଆଇଟିରୁ ପାସଆଉଟ୍। ତାଙ୍କର ଏହି ପୋଷ୍ଟ ପରେ ଟ୍ବିଟର ୟୁଜରମାନେ ହୋଟେଲକୁ ନେଇ ଭିନ୍ନ ଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏହି ଅଣ୍ଡା ସହିତ ସୁନା ବାହାରିଛି କି ? ଆଉ ଜଣେ ଲେଖିଛନ୍ତି, ନିଶ୍ଚିତ ଭାବରେ କୁକୁଡା ବହୁତ ଧନୀ ପରିବାରର ହୋଇଥିବ।’

Leave a Reply

Your email address will not be published. Required fields are marked *