Mon. Dec 16th, 2019

ଶଶୁରର ଅସଦାଚରଣ ଭିଡିଓ ପ୍ରସ୍ତୁତ କଲେ ବୋହୂ

ଭୁବନେଶ୍ଵର : ପୁରୀ ଜିଲ୍ଲାର ଥାନା ଅନ୍ତର୍ଗତ ସାତଶଙ୍ଖ ଗାଁରେ ଘଟିଛି ଏକ ଲଜ୍ଜାଜଣକ ଘଟଣା। ପୁଅ ବାହାରେ ଥିବାର ସୁଯୋଗ ନେଇ ବୋହୂକୁ ଶଶୁର କରିଛି ଅସଦାଚରଣ। ଏହି ସମୟର ଦୃଶ୍ୟକୁ ମୋବାଇଲରେ ଭିଡିଓ କରି ବୋହୂ ଥାନାରେ ଅଭିଯୋଗ କରଛି। ଏହି ଘଟଣା ଏବେ ସାଧାରଣରେ ଚର୍ଚାର ବିଷୟ ହୋଇଛି।

ପୀଡ଼ତାଙ୍କ ଅଭିଯୋଗ ଅନୁଯାୟୀ ଶଶୁର ପଞ୍ଚୁ ମଲ୍ଲିକ ତାଙ୍କୁ ନିୟମିତଭାବେ ଅସଦାଚରଣ କରିବାଲାଗି ଅଶ୍ଳୀଳ ଇଙ୍ଗିତ ଦେଉଥିଲେ। ଶେଷରେ ନିଜର କାମଲାଳସା ମେଣ୍ଟାଇବାରେ ସଫଳ ହୋଇଥିଲେ। ଏସବୁର ଭିଜୁଆଲକୁ ନିଜ ମୋବାଇଲରେ ରେକର୍ଡିଂ କରିଛନ୍ତି ପୀଡ଼ିତା ବୋହୂ। ଘରେ ସ୍ୱାମୀ ରହୁ ନଥିବାର ସୁଯୋଗ ନେଇ ଶ୍ୱଶୁର ପୂର୍ବରୁ ଅନେକ ଥର ଭଳି ନିର୍ଯାତନା ଦେଇଆସୁଥିଲେ। ଏନେଇ ସ୍ୱାମୀ ଓ ପରବାରବର୍ଗଙ୍କୁ ବୋହୂ ଜଣାଇଥିଲେ ମଧ୍ୟ କେହି ଏ କଥାବିଶ୍ୱାସ କରିନଥୁଲେ। ଶେଷରେ ପ୍ରମାଣ ପାଇଁ ଏକ ଭିଡିଓ ସୁଟ୍ କରିଛନ୍ତି ପୀଡ଼ିତା।

ଅଭିଯୁକ୍ତ ପଞ୍ଚୁ ମଲ୍ଲିକ ଜଣେ ଅବସରପ୍ରାପ୍ତ ଆରପିଏଫ୍ ଇନସ୍ପେକ୍ଟର। ତାଙ୍କ ପୁଅ ରେଳବାଇରେ ଚାକିରି କରୁଥିବା ହେତୁ ଓଡ଼ିଶା ବାହାରେ ରହନ୍ତି। ପୀଡ଼ିତାଙ୍କର ଏକ ୨ବର୍ଷର ପୁଅଟିଏ ଅଛି। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାବେଳେ ପୀଡ଼ିତା ପିପିଲି ଥାନାରେ ଅଭିଯୋଗ କରିବାପରେ ଏକ ମାମଲା ରୁଜ୍ଜୁ ହୋଇଛି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *