Mon. Dec 16th, 2019

କାଳିଆ ହିତାଧିକାରୀ ଯାଞ୍ଚ ଅବଧି ଅଗଷ୍ଟ ୨୭ ପର୍ଯ୍ୟନ୍ତ ବଢିଲା

ଭୁବନେଶ୍ୱର : ରାଜ୍ୟ ସରକାର କାଳିଆ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ଯାଞ୍ଚ ଅବଧି ବୃଦ୍ଧି କରିଛନ୍ତି। ପୂର୍ବରୁ ଯାଞ୍ଚର ଶେଷ ତାରିଖ ଅଗଷ୍ଟ ୧୪ ନିର୍ଦ୍ଧାରଣ କରାଯାଇଥିବ ବେଳେ ଆଜି ଏହାକୁ ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମଙ୍ଗଳବାର ଏହି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ସେ କହିଛନ୍ତି କାଳିଆ ଯୋଜନାରେ ସାମିଲ୍‍ ଥିବା ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୩ ଲକ୍ଷ ହିତାଧିକାରିଙ୍କର ଯାଞ୍ଚ ସରିଛି। ବାକି ରହିଛନ୍ତି ୩୮ ଲକ୍ଷ ହିତାଧିକାରୀ। ଅଗଷ୍ଟ ୨୭ ତାରିଖରେ ପଞ୍ଚାୟତ ସ୍ତରରେ, ୨୯ରେ ବ୍ଲକ ସ୍ତର ଏବଂ ୩୧ ତାରିଖରେ ଜିଲ୍ଲା ସ୍ତରରେ କାଳିଆ ଯୋଗ୍ୟ ହିତାଧିକାରୀଙ୍କ ଯାଞ୍ଚ କରାଯିବ। ଯେଉଁ ହିତାଧିକାରିମାନେ ଅଯୋଗ୍ୟ ସାବ୍ୟସ୍ତ ହେବେ ସେମାନଙ୍କୁ କାଳିଆର ପରବର୍ତ୍ତୀ କିସ୍ତି ମିଳିବ ନାହିଁ।

Leave a Reply

Your email address will not be published. Required fields are marked *