Fri. Dec 13th, 2019

ଗିରଫ ମହିଳାଙ୍କ ଫୋନ୍‌ରୁ ମିଳିଲା ନେତା ଓ ଅଫିସରଙ୍କ ଅଶ୍ଳୀଳ ଭିଡିଓ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ହନିଟ୍ରାପ୍‌ ମାମଲାରେ ଅନେକ କଥା ପଦାକୁ ଆସିଛି। ଭୋପାଳ ଓ ଇନ୍ଦୋରରୁ ଗିରଫ ହୋଇଥିବା ପାଞ୍ଚଜଣ ମହିଳାଙ୍କ ଠାରୁ ଜବତ ମୋବାଇଲ ଓ କମ୍ପ୍ୟୁଟର ହାର୍ଡଡିସ୍କରୁ ପ୍ରାୟ ୧ହଜାର ଅଶ୍ଳୀଳ ଭିଡିଓ ଦେଖିବାକୁ ମିଳିଛି। ଏଥିରେ ରହିଛି ମଧ୍ୟପ୍ରଦେଶର ଅନେକ ନେତା, ମନ୍ତ୍ରୀ ଓ ଅଫିସରଙ୍କ ଭିଡିଓ।

ଇନ୍ଦୋରର ଡିଆଇଜି ରୁଚି ବର୍ଧନ ମିଶ୍ରାଙ୍କ କହିବାନୁଯାୟୀ ଗିରଫ ମହିଳାଙ୍କ ଠାରୁ ଅନେକ ମୋବାଇଲ୍‌ ଜବତ ହୋଇଛି। ପାଞ୍ଚଟି ହାର୍ଡଡିସ୍କ ସମେତ ଅନେକ ଇଲେକଟ୍ରୋନିକ୍‌ ଉପକରଣ ବି ଜବତ କରାଯାଇଛି। ବହୁ ନାମୀଦାମୀ ଓ ବରିଷ୍ଠ ଅଫିସରଙ୍କ ଭିଡିଓ ଥିବା ସାମ୍ନାକୁ ଆସିଛି। ସମସ୍ତ ଇଲେକଟ୍ରୋନିକ୍‌ ଉପକରଣକୁ ଫରେନ୍‌ସିକ୍‌ ଯାଞ୍ଚ ପାଇଁ ପଠାଇଯାଇଥିବା ସେ କହିଛନ୍ତି।

ଆହିରି ଜଣାପଡିଛି ୫ ମହିଳାଙ୍କ ଠାରୁ ଜବତ ହାର୍ଡଡିସ୍କରେ ପୂର୍ବତନ ରାଜ୍ୟପାଳ, ପୂର୍ବତନ ମୁଖ୍ୟମନ୍ତ୍ରୀ, ୨ଜଣ ବର୍ତ୍ତମାନର ମନ୍ତ୍ରୀ, ତିନିଜଣ ପୂର୍ବତନ ମନ୍ତ୍ରୀ, ଜଣେ ପୂର୍ବତନ ସାଂସଦ, ଜଣେ ରାଜନୈତିକ ଦଳର ବଡ଼ ନେତାଙ୍କ ନାମ ରହିଛି। ଏତଦ୍‌ବ୍ୟତୀତ ୫ଜଣ ଆଇଏଏସ୍‌ ଅଧିକାରୀ, ଡିଜି ସ୍ତରର ଜଣେ ଆଇପିଏସ୍‌ ଅଧିକାରୀ, ଏଡିଜି ର‍୍ୟାଙ୍କର ୨ଜଣ ଅଧିକାରୀ, ଅତିରିକ୍ତ ଏସ୍‌ପି ର‍୍ୟାଙ୍କର ୨ଜଣ ଅଧିକାରୀ ଓ ୩ ସିଏସ୍‌ପି ର‍୍ୟାଙ୍କର ଅଧିକାରୀ ରହିଛନ୍ତି। ୧୦ଜଣ ବିଲଡର ଓ ବ୍ୟବସାୟୀ, ଜଣେ ବର୍ତ୍ତମାନର ମନ୍ତ୍ରୀଙ୍କ ଓଏସ୍‌ଡି, ଜଣେ ବିଧାୟକ, ସାଗରର ଜଣେ ନେତା, ଇନ୍ଦୋରର ଜଣେ ନେତା ସହିତ ବର୍ତ୍ତମାନ ସରକାର ଓ ପୂର୍ବ ସରକାରଙ୍କ ଅନେକ ନେତାଙ୍କ ଅଶ୍ଲୀଳ ଭିଡିଓ ମଧ୍ୟ ରହିଛି।

Leave a Reply

Your email address will not be published. Required fields are marked *