Fri. Dec 13th, 2019

ତଦନ୍ତ ବେଳେ ସ୍ଥାବର ସମ୍ପତ୍ତି ଜବତ କରିପାରିବନି ପୋଲିସ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୌଣସି ଘଟଣାର ତଦନ୍ତ ବେଳେ ପୋଲିସ ସ୍ଥାବର ସମ୍ପତ୍ତି ଜବତ କରିପାରିବନି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଦୀପକ ଗୁପ୍ତା ଓ ସଞ୍ଜୀଭ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହା କହିଛନ୍ତି। ଏକ ମାମଲାର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି ସମ୍ୱିଧାନର ଧାରା ୧୦୨ ଅନୁଯାୟୀ ପୋଲିସ ପାଖରେ ତଦନ୍ତ କରିବାର ଅଧିକାର ରହିଛି। କିନ୍ତୁ ଯେଉଁ ଘଟଣାକୁ ନେଇ ତଦନ୍ତ ହେଉଛି ସେହି ସମ୍ପର୍କିତ କୌଣସି ଜିନିଷ ସନ୍ଦେହକୁ ଆସିଲେ ପୋଲିସ ତାକୁ ଜବତ କରିପାରିବ। ହେଲେ ସ୍ଥାବର ସମ୍ପତ୍ତି ତଦନ୍ତ ବେଳେ ଜବତ କରିପାରିବନି ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ ନିକଟରେ ମହାରାଷ୍ଟ୍ର ସରକାର ଆଇପିସିର ଧାରା ୧୦୨କୁ ନେଇ ବମ୍ୱେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ଶୁଣାଣି କରି କହିଥିଲେ ପୋଲିସ ତଦନ୍ତ ବେଳେ ସ୍ଥାବର ସମ୍ପତ୍ତି ଜବତ କରିପାରିବନି। ଏହାପରେ ବମ୍ୱେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Leave a Reply

Your email address will not be published. Required fields are marked *