Sat. Dec 14th, 2019

ରାହୁଲଙ୍କ କ୍ଷମାପ୍ରାର୍ଥନା ଦାବିରେ ବିଜେପିର ବିକ୍ଷୋଭ

ଭୁବନେଶ୍ୱର: ରାଫେଲ୍ ପ୍ରସଙ୍ଗରେ କଂଗ୍ରେସ ଓ ରାହୁଲ ଗାନ୍ଧି ମିଛ କହି ଦେଶବାସୀଙ୍କ ବିଭ୍ରାନ୍ତ କରିଥିବାରୁ ତୁରନ୍ତ କ୍ଷମା ମାଗନ୍ତୁ। ଏହି ଦାବିରେ ଆଜି ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଆଜି ବିଜେପି ପକ୍ଷରୁ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବା ପ୍ରତିବାଦ ପଦଯାତ୍ରାରେ ଦଳର ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ସମେତ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। ସେହିପରି କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ମିଥ୍ୟାକୁ ଲୋକଲୋଚନକୁ ଆଣିବା ସହ ରାହୁଲଙ୍କ କ୍ଷମା ପ୍ରାର୍ଥନା ଦାବି ନେଇ ବିଜେପି ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛିା

Leave a Reply

Your email address will not be published. Required fields are marked *