Sat. Dec 14th, 2019

ବଦଳିଯାଇଛି ମିନାକ୍ଷୀ ଶେଷାଦ୍ରୀଙ୍କ ଚେହେରା

ମୁମ୍ବାଇ : ବଲିଉଡର ସୁପରହିଟ୍ ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରୀ ୯୦ ଦଶମକର ଶେଷଭାଗ ବେଳକୁ ବଲିଉଡ ଛାଡିଥିଲେ। ଏବେ ସ୍ୱାମୀ ଓ ପିଲାଙ୍କ ସହ ସେ ଆମେରିକା ଟେକ୍ସାସରେ ରହୁଛନ୍ତି। ତାଙ୍କର ଏଭଳି ଅପ୍ରତ୍ୟାସିତ ନିଷ୍ପତ୍ତି ପାଇଁ ନିର୍ମାଣାଧୀନ ଫିଲ୍ମ ‘ଦୋ ରାହେ’ ଅଧାରେ ଅଟକି ଯାଇଥିଲା। ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବା ପରେ ମିନାକ୍ଷୀ ବଲିଉଡକୁ ଆଉ ଫେରି ନାହାନ୍ତି। ହେଲେ ନିକଟରେ ସୋସାଲ ମିଡିଆରେ ମିନାକ୍ଷୀଙ୍କର ପୋଷ୍ଟ ହୋଇଥିବା କିଛି ଫୋଟୋ ତାଙ୍କୁ ଚର୍ଚ୍ଚା ପରିସରକୁ ଆଣିଛି। ୧୬ ନଭେମ୍ବର ମିନାକ୍ଷୀଙ୍କ ଜନ୍ମଦିନ। ଏବେ ସୋସାଲ ମିଡିଆରେ ଭାଇରାଲହୋଇଛି ଫୋଟୋ। ଏହାକୁ ଦେଖିଲେ କେହିବି ନାୟିକା ମିନାକ୍ଷୀ ଶେଷାଦ୍ରୀଙ୍କୁ ଚିହ୍ନିବା କଷ୍ଟକର। ସେ ବାର୍ଦ୍ଧକ୍ୟର ଦ୍ୱାରଦେଶରେ ପହଞ୍ଚିଯାଇଛନ୍ତି।

ମାତ୍ର ୧୭ ବର୍ଷ ବୟସରେ ମିନାକ୍ଷୀ ଜିତିଥିଲେ ଦେଶର ସର୍ବ କନିଷ୍ଠା ‘ମିସ୍ ଇଣ୍ଡିଆ’ ଟାଇଟଲ। ଖବରକାଗଜରେ ତାଙ୍କ ଫଟୋ ଦେଖି ମନୋଜ କୁମାର ଫିଲ୍ମ ‘ପେଣ୍ଟର ବାବୁ’ରେ ନାୟିକା କରିବାକୁ ମିନାକ୍ଷୀଙ୍କୁ ମନସ୍ତ କରି ବିନା ସ୍କ୍ରିନ ଟେଷ୍ଟରେ ସୁଯୋଗ ଦେଇଥିଲେ। କିନ୍ତୁ ଫିଲ୍ମଟି ଫ୍ଲପ୍ ହୋଇଥିଲା। ମିନାକ୍ଷୀ ଫିଲ୍ମରେ ଆଉ କାମ କରିବେନି ବୋଲି ନିଷ୍ପତ୍ତି ନେଇଥିଲେ।

ଝାରଖଣ୍ଡର ଧାନବାଦ ସିନ୍ଦ୍ରିରେ ଏକ ତାମିଲ ପରିବାରରେ ମିନାକ୍ଷୀଙ୍କ ଜନ୍ମ। ତାଙ୍କ ନାଁ ଥିଲା ଶଶିକଳା ଶେଷାଦ୍ରୀ। ଇଣ୍ଡଷ୍ଟ୍ରିରେ ଶଶିକଳା ନାମରେ ପୂର୍ବରୁ ମଧ୍ୟ ଜଣେ ଅଭିନେତ୍ରୀ ଥିବାରୁ ମନୋଜ କୁମାର ତାଙ୍କର ନୂଆ ନାମକରଣ କରିଥିଲେ ମିନାକ୍ଷୀ। ଫିଲ୍ମ ଫ୍ଲପ୍ ହେବ ପରେ ମିନାକ୍ଷୀଙ୍କର ଆଉ ଅଭିନୟ ପ୍ରତି ଆଗ୍ରହ ନଥିଲା। ସେତିକି ବେଳେ ସୁଭାଷ ଘାଇ ତାଙ୍କ ଫିଲ୍ମ ‘ହିରୋ’ ଲାଗି ନାୟିକା ଖୋଜୁଥିଲେ। ମିନାକ୍ଷୀ ନଜରକୁ ଆସିବାରୁ ତାଙ୍କୁ ଏହି ଫିଲ୍ମ ପାଇଁ ସୁବାସ ଘାଇ ରାଜି କରାଇଥିଲେ। ନୂଆ ଅଭିନେତା ଜ୍ୟାକି ସ୍ରାଫଙ୍କ ବିପକ୍ଷରେ ଅଭିନୟ କରିଥିଲେ ମିନାକ୍ଷୀ। ୧୯୮୩ ମସିହାରେ ମୁକ୍ତିଲାଭ କରିଥିବା ‘ହିରୋ’ ସେତେବେଳେ ୧୩ କୋଟି ଟଙ୍କା ଆୟ କରିଥିଲା। ଯାହାକି ଅମିତାଭ ବଚ୍ଚନଙ୍କ ଅଭିନିତ ଫିଲ୍ମର ଆୟ ପାଖାପାଖି ଥିଲା। ଏହି ସଫଳତା ମିନାକ୍ଷୀଙ୍କୁ ବଲିଉଡ୍ କ୍ୟାରିୟରରେ ବେଶ ସହାୟକ ହୋଇଥିଲା। ମିନାକ୍ଷୀଙ୍କୁ ମିଳିଲା ବଲିଉଡରେ ଅନେକ ଫିଲ୍ମର ଅଫର। ଅମିତାଭଙ୍କ ସହ ‘ଶେହେନଶାହ’, ‘ଗଙ୍ଗା ଜମୁନା ସରସ୍ୱତୀ’, ‘ତୁଫାନ’ ଓ ‘ଅକେଲେ’ ଆଦି ଫିଲ୍ମରେ ସେ ଅଭିନୟ କରିଥିଲେ।

୧୬ ନଭେମ୍ବର ମିନାକ୍ଷୀଙ୍କ ଜନ୍ମଦିନ। ଏବେ ସୋସାଲ ମିଡିଆରେ ଭାଇରାଲ ହେଉଛି ଫୋଟୋ। ଏହାକୁ ଦେଖିଲେ କେହିବି ନାୟିକା ମିନାକ୍ଷୀ ଶେଷାଦ୍ରୀଙ୍କୁ ଚିହ୍ନିବା କଷ୍ଟକର। ସେ ବାର୍ଦ୍ଧକ୍ୟର ଦ୍ୱାରଦେଶରେ ପହଞ୍ଚିଯାଇଛନ୍ତି।

Leave a Reply

Your email address will not be published. Required fields are marked *