ନିଶା ମେଡିସିନ୍ ଓ ବ୍ରାଉନ୍ ସୁଗର୍ ବିକ୍ରି ଅଭିଯୋଗରେ ୬ ଗିରଫ

କଟକ : କଟକରେ ନିଶା ମେଡିସିନ୍ ଓ ବ୍ରାଉନ୍ ସୁଗର୍ ବିକ୍ରି। ଏହି ଅଭିଯୋଗରେ ଆଜି ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଜବତ ହୋଇଛି ପ୍ରାୟ ୨୫୦ ଗ୍ରାମ ବ୍ରାଉନ ସୁଗର୍। ଯାହାର ଆନୁମାନିକ ମୂଲ୍ୟ ୨୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ଖବର ଅନୁଯାୟୀ ମେଡିସିନ୍ ଦୋକାନରେ ବିକ୍ରି ହେଉଥିଲା ନିଶା ମେଡିସିନ୍ ସହ ବ୍ରାଉନ୍ ସୁଗର୍। ଏହି ଘଟଣାରେ ଦୁଇଜଣ ମେଡିସିନ୍ ଦୋକାନୀ ସମ୍ପୃକ୍ତ। ପୋଲିସ ଏହି ମାମଲାରେ ପୋଲିସ୍ ୩ଜଣ ବେପାରୀ, ୨ଜଣ ମେଡିସିନ୍ ଦୋକାନୀ ଓ ଜଣେ ଯୁବକଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ମତାମତ ଦିଅନ୍ତୁ ।