ନିଶା ପିଆଇ ଗହଣା ଓ ଟଙ୍କା ଲୁଟ୍

ପାରାଦୀପ : ପରିବାରକୁ ନିଶା ପିଆଇ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଗହଣା ଓ ଟଙ୍କା ଲୁଟ। ପାରାଦୀପ ଲକ୍ ଥାନା ଅନ୍ତର୍ଗତ ଝିମାଣୀ ଗ୍ରାମରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ଗତକାଲି ଭୋର୍ ସମୟରେ ୮ରୁ ଅଧିକ ଦୁର୍ବୁତ୍ତ ଶିଡ଼ି ଘର ଭାଙ୍ଗି ଶଶି ତରାଇଙ୍କ ଘରେ ପଶିଥିଲେ। ପରିବାର ସଦସ୍ୟଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସମସ୍ତଙ୍କୁ ନିଶା ପିଆଇ ଘରେଥିବା ଟଙ୍କା ଓ ଗହଣା ଲୁଟି ନେଇଥିଲେ। ନିଶା ଛାଡିବାରୁ ପରିବାର ଲୋକମାନେ ଗ୍ରାମବାସୀଙ୍କ ସହାୟତାରେ ଅଠରବାଙ୍କୀ ମେଡିକାଲକୁ ଆସି ଚିକିସ୍ଥା ହୋଇଥିଲେ। ପରେ ପାରାଦୀପ ଲକ୍ ଥାନାରେ ଅଭିଯୋଗ କରିବାରୁ ପୋଲୋଶ ଶଶି ତରାଇଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

Back to top button