ନୀତିଶଙ୍କୁ ଭେଟିଲେ ପୂର୍ବତନ ବିହାର ଡିଜିପି

ପାଟନା : ପୂର୍ବତନ ବିହାର ପୋଲିସ ମହାନିର୍ଦେଶକ ଗୁପ୍ତେଶ୍ଵର ପାଣ୍ଡେ ଶନିବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିଛନ୍ତି। ସେ ତାଙ୍କର ରାଜନୈତିକ ଉଦ୍ଦେଶ୍ୟ ସମ୍ପର୍କରେ କୌଣସି କଥା ସ୍ପଷ୍ଟ କରି ନାହାନ୍ତି।

ଡିଜିପି ଗୁପ୍ତେଶ୍ଵର ପାଣ୍ଡେ ଚାକିରିରୁ ସ୍ଵେଚ୍ଛାକୃତ ଅବସର ଗ୍ରହଣ କରିବା ପରେ ଆସନ୍ତା ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ଵନ୍ଦ୍ୱିତା କରିବେ ବୋଲି ଚର୍ଚ୍ଚା ହେଉଥିଲା। ଆଜି ‘ଜେଡିୟୁ’ ମୁଖ୍ୟ ନୀତିଶ କୁମାରଙ୍କୁ ଭେଟି ଫେରିବା ସମୟରେ ଗୁପ୍ତେଶ୍ଵର ପାଣ୍ଡେ କହିଛନ୍ତି ଜଣେ ଡିଜିପି ଭାବେ କର୍ତ୍ତବ୍ୟ କରିବାକୁ ମତେ ପୂର୍ଣ୍ଣ ସ୍ଵାଧୀନତା ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟି ଧନ୍ୟବାଦ ଜ୍ଞାପନ କରିବାକୁ ଆସିଥିଲି। ନିର୍ବାଚନରେ ପ୍ରତିଦ୍ଵନ୍ଦ୍ୱିତା କରିବା ଲାଗି କୌଣସି ନିଷ୍ପତ୍ତି ଗ୍ରହଣ କରିନାହିଁ।

ମତାମତ ଦିଅନ୍ତୁ ।