ପଶ୍ଚିମ ଓଡିଶାର ବିକାଶ ନୁହେଁ କେବଳ ବିନାଶ ହୋଇଛି : ନରସିଂହ ମିଶ୍ର

ଭୁବନେଶ୍ଵର : ପଶ୍ଚିମ ଓଡିଶାର ବିକାଶ ନାଁ ରେ ଜନସାଧାରଣଙ୍କୁ ଶୋଷଣ କରାଯାଉଛି । ସମସ୍ତେ ଭୋଟ ପାଇବା ପାଇଁ ବ୍ୟଗ୍ର ଅଛନ୍ତି ମାତ୍ର ଲୋକଙ୍କ ବିକାଶ କଥା କେହି ଚିନ୍ତା କରୁନାହାନ୍ତି । ତାହାର ଉଦାହରଣ ହେଲା ପଶ୍ଚିମ ଓଡିଶା ବିକାଶ ପରିଷଦ । ଆଜି ପର୍ଯ୍ୟନ୍ତ ଏହାର ମୁଖ୍ୟ କାର୍ଯ୍ୟାଳୟ ସେଠାରେ ହେଲା ନାହିଁ । ଏହା ଖାଲି ପ୍ରକଳ୍ପ ନାଁରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ଜଳସେଚନ ସୁବିଧା ନାହିଁ ଲୋୟର ସୁକତେଲ ୨୦ ବର୍ଷ ଭିତରେ ବିଶେଷ ଆଗେଇ ପାରିନାହିଁ । ସନ୍ଦେହ ହେଉଛି ସେ ଯୋଜନା ଶେଷ ହେବ ନା ବନ୍ଦ ହୋଇଯିବ । ପଶ୍ଚିମ ଓଡିଶାରେ ଶିଳ୍ପ ନଥିବା ଯୋଗୁ ଲୋକେ ଦାଦନ ଖଟିବାକୁ ଯାଉଛନ୍ତି । ଯେଉଁମାନେ ଚାଷ କରୁଛନ୍ତି ସେମାନେଙ୍କ ଧାନ ବିକ୍ରି କରିପାରୁନାହାନ୍ତି । ଏଠାରେ ଚାଷୀ ମାନଙ୍କୁ ଶୋଷଣ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ କଳାହାଣ୍ଡିରେ ହେଉ ଅବା ସୁନ୍ଦରଗଡ଼ରେ ହେଉ କିଛି ମାନେ ନାହିଁ । ବାରମ୍ବାର ଧାନ କିଣା ଦୁର୍ନୀତିକୁ ନେଇ ଅଭିଯୋଗ ହେବା ପରେ ମଧ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button