ନୂଆ ଲୁକରେ ଟିଭିଏସ ଜୁପିଟର୍ ଜେଡ୍ ଏକ୍ସ

ନୂଆଦିଲ୍ଲୀ : ଟିଭିଏସ ମୋଟର କମ୍ପାନୀ ନିଜର ପପ୍ୟୁଲାର୍ ଜୁପିଟର୍‌ର ଜେଡ୍ ଏକ୍ସ ଡିସ୍କ ଭାରିଆଣ୍ଟ୍ ଲଞ୍ଚ୍ କରିଛି । ଏହି ଅପଗ୍ରେଡ୍ ସ୍କୁଟରରେ ରହିଛି ଇଲେକ୍ଟ୍ରିକ୍ ଷ୍ଟାର୍ଟ ସହ ଆଇ ଟଚ୍ ଷ୍ଟାର୍ଟ। ଦାମ୍ ୬୯,୦୫୨ ଟଙ୍କା। ସ୍କୁଟର ତିନୋଟି ରଙ୍ଗ ଯଥା ମ୍ୟାଟ୍ ଷ୍ଟାରଲାଇଟ୍ ବ୍ଲ୍ୟୁ, ଷ୍ଟାର ଲାଇଟ୍ ବ୍ଲ୍ୟୁ ଓ ରୟାଲ ଓ୍ୱାଇନ କଲରରେ ଉପଲବ୍ଧ। ଆଇ ଟଚ୍ ଷ୍ଟାର୍ଟରେ ବିନା କୌଣସି ଶବ୍ଦରେ ସ୍କୁଟର ଷ୍ଟାର୍ଟ ହୋଇପାରିବ ବୋଲି କମ୍ପାନୀ କହିଛି।

ଜୁପିଟର ଜେଡ୍ ଏକ୍ସ ଭାରିଏଣ୍ଟରେ ଅଲ ଇନ୍ ଓ୍ୱାନ୍ ଲକ୍ ଦିଆଯାଇଛି। ଏଥିରେ ସିଙ୍ଗିଲ କି-ହୋଲ୍, ଷ୍ଟିୟରିଂ ଲକ୍, ସିଟ୍ ଲକ୍, ଫୁଏଲ୍ ଟ୍ୟାଙ୍କ କ୍ୟାପ୍ ଓପନର ସୁବିଧା ମିଳିବ। ବ୍ରେକିଂ ପାଇଁ ଦିଆଯାଇଛି ଡିସ୍କ ବ୍ରେକ୍। ଏହା ବ୍ୟତୀତ ଏଲଇଡି ହେଡ୍ ଲ୍ୟାମ୍ପ, ୨ ଲିଟରର ଗ୍ଲବ୍ ବକ୍ସ, ମୋବାଇଲ ଚାର୍ଜର ଓ ୨୧ ଲିଟର ଷ୍ଟୋରେଜ୍ ସହିତ ରହିଛି ଉନ୍ନତମାନର ସସପେନସନ୍।

ଜୁପିଟର୍ ଜେଡ୍ ଏକ୍ସ ବିଏସ-୬ ସ୍କୁଟରରେ ୧୧୦ ସିସିର ଇଞ୍ଜିନ୍ ରହିଛି। ଏହାସହ ଇଟି ଫାଇ ଟେକନିକ୍ ଓ ଇଣ୍ଟିଗ୍ରେଟେଡ୍ ଷ୍ଟାର୍ଟର ଜେନେରେଟର ସିଷ୍ଟମ ରହିଛି । ପୂର୍ବ ତୁଳନାରେ ୧୫ ପ୍ରତିଶତ ଅଧିକ ମାଇଲେଜ୍ ଦେଉଥିବା କମ୍ପାନୀ ଦାବି କରିଛି। ସେହିପରି ଏଥିରେ ୮ ବିଏଚପି ପାଓ୍ୱାର ରହିଛି ଯାହା ୫୫୦୦ ଆରପିଏମରେ ୮ ଏନଏମର ଟର୍କ ଜେନେରେଟ୍ କରିଥାଏ।

1 Comment

  1. Janatakhabar is the best news paper in odisha

ମତାମତ ଦିଅନ୍ତୁ ।