ଫେବ୍ରୁଆରି ୧୮ରୁ ନର୍ସରି ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ : ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ ଅନୁଯାୟୀ, ନର୍ସରିରେ ପ୍ରବେଶ ପ୍ରକ୍ରିୟା ଫେବୃଆରି ୧୮ ରୁ ଆରମ୍ଭ ହେବ। ନିଶ୍ଚିତ ହୋଇଥିବା କାର୍ଯ୍ୟକ୍ରମ ଅନୁଯାୟୀ, ଚଳିତ ବର୍ଷ ଘରୋଇ ବିଦ୍ୟାଳୟରେ ପ୍ରବେଶ ସମ୍ପୂର୍ଣ୍ଣ ଅନଲାଇନରେ ହେବ। ସେହିପରି ସରକାରୀ ବିଦ୍ୟାଳୟରେ ଉଭୟ ଅନଲାଇନ୍ ଓ ଅଫଲାଇନରେ ହେବ।
ଫର୍ମ ପୂରଣ ପାଇଁ ଶିକ୍ଷା ନିର୍ଦ୍ଦେଶାଳୟ ଶେଷ ତାରିଖ ମାର୍ଚ୍ଚ ୪ ରଖିଥିବା ବେଳେ ପ୍ରବେଶର ପ୍ରଥମ ତାଲିକା ମାର୍ଚ୍ଚ ୨୦ରେ ପ୍ରକାଶ ପାଇବ। ଏଥିସହିତ ମାର୍ଚ୍ଚ ୨୫ରେ ଦ୍ୱିତୀୟ ତାଲିକା ପ୍ରକାଶ ପାଇବ ଏବଂ ଏପ୍ରିଲ ୧ ରୁ କ୍ଲାସ ଆରମ୍ଭ ହେବ।
ସାଧାରଣତଃ ଦିଲ୍ଲୀରେ ପ୍ରାୟ ୧୭୦୦ବିଦ୍ୟାଳୟରେ ନର୍ସରିରେ ଭର୍ତ୍ତି ପ୍ରକ୍ରିୟା ନଭେମ୍ବର ଶେଷ ସପ୍ତାହରେ ଆରମ୍ଭ ହୋଇଯାଉଥିଲା। କରୋନା ମହାମାରୀ ଯୋଗୁଁ ଚଳିତ ଥର ଏହି ଭର୍ତ୍ତି ବିଳମ୍ବ ହୋଇଛି। କିନ୍ତୁ ଏପ୍ରିଲ ୧ରୁ କ୍ଲାସ ଆରମ୍ଭ କରିବାକୁ ବିଭାଗ ଯଥାସମ୍ଭବ ଚେଷ୍ଟା କରୁଛି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ନର୍ସରୀ ପାଇଁ ଚାରି ବର୍ଷ, କେଜି ପାଇଁ ପାଞ୍ଚ ବର୍ଷ ବୟସ ସୀମା ସ୍ଥିର କରାଯାଇଛି।