ଓଡିଶା ହାଇକୋର୍ଟରେ ବସବାର୍‌ ଟ୍ରଙ୍କିଙ୍ଗ୍‌ ସିଷ୍ଟମ୍‌କୁ ଉଦ୍‌ଘାଟନ କଲେ ମୁଖ୍ୟ ବିଚାରପତି

କଟକ : ଓଡିଶା ହାଇକୋର୍ଟରେ ବସ୍‌ବାର୍‌ ଟ୍ରଙ୍କିଙ୍ଗ୍‌ ସିଷ୍ଟମ୍‌ ଓ ଇଲେକ୍ଟ୍ରିକାଲ୍‌ କଣ୍ଟ୍ରୋଲରୁମକୁ ମୁଖ୍ୟ ବିଚାରପତି ଡକ୍ଟର ଏସ୍‌ ମୁରଲୀଧର ଭର୍ଚୁଆଲ୍‌ ମୋଡ୍‌ରେ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଜଷ୍ଟିସ୍‌ ସିଆର୍‌ ଦାଶ, ଜଷ୍ଟିସ୍‌ ପ୍ରମଥ ପଟ୍ଟନାୟକ, ଆଡଭୋକେଟ୍‌ ଜେନେରାଲ ଅଶୋକ କୁମାର ପରିଜା, ପୂର୍ତ୍ତ ବିଭାଗର ସଚିବ କିଶନ କୁମାର ଓ ବରିଷ୍ଠ ଆଇନଜୀବୀ ଜଗବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ପୂର୍ତ୍ତ ବିଭାଗ ଦ୍ୱାରା ସ୍ୱଳ୍ପ ସମୟ ମଧ୍ୟରେ ହାଇକୋର୍ଟରେ ଅତ୍ୟାଧୁନିକ ବସ୍‌ବାର ଟ୍ରଙ୍କିଙ୍ଗ୍‌ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି। ମାତ୍ର ୩୩ ଦିନ ମଧ୍ୟରେ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ଏହି ଅତ୍ୟାଧୁନିକ ବୈଦ୍ୟୁତିକରଣ ବ୍ୟବସ୍ଥାକୁ ଆରମ୍ଭ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button