ଓଡ଼ିଶୀ ନୃତ୍ୟଶିଳ୍ପୀ ଡ. ମଞ୍ଜୁଶ୍ରୀ ପଣ୍ଡାଙ୍କୁ ଗ୍ଲୋବାଲ ପିସ ବିଶ୍ଵବିଦ୍ୟାଳୟର ସମ୍ମାନ

ଭୁବନେଶ୍ଵର ; ଦେଶର ଖ୍ୟାତନାମା ନୃତ୍ୟଶିଳ୍ପୀ ଡକ୍ଟର ମଞ୍ଜୁଶ୍ରୀ ପଣ୍ଡାଙ୍କୁ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଉତ୍କର୍ଷ ଗବେଷଣା ପାଇଁ ମିଳିତ ଯୁକ୍ତରାଷ୍ଟ୍ରର ଗ୍ଲୋବାଲ ପିସ ବିଶ୍ଵବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି। ଓଡ଼ିଶୀ ନୃତ୍ୟ, ଲେଖକ, ନୃତ୍ୟ ସଂଯୋଜନା ଆଦି କ୍ଷେତ୍ରରେ ଗବେଷଣା ତଥା ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର ପାଇଁ ସେ ଏହି ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ନିକଟରେ ଗ୍ଲୋବାଲ ପିସ ବିଶ୍ଵବିଦ୍ୟାଳୟ ପକ୍ଷରୁ ଆନ୍ତର୍ଜାତିକ ଶାନ୍ତି ପ୍ରତିଷ୍ଠା ଶୀର୍ଷକ ଏକ ବିଶ୍ଵ ସମ୍ମିଳନୀରେ ପଣ୍ଡିଚେରୀରେ ଅଂଶଗ୍ରହଣ କରିଥିଲେ। ଗତ ୨୬ ତାରିଖ ଦିନ ଏହି ସମ୍ମିଳନୀ ଉଦଯାପିତ ହୋଇଛି। ବର୍ତ୍ତମାନ ଶ୍ରୀମତୀ ପଣ୍ଡା କିସ୍ ବିଶ୍ଵବିଦ୍ୟାଳୟର ସଂସ୍କୃତି ବିଭାଗରେ ଅଧ୍ୟାପନାରତ ଅଛନ୍ତି।

ମତାମତ ଦିଅନ୍ତୁ ।