ଓଏନ୍‌ଜିସିର ୩ କର୍ମଚାରୀ ଅପହୃତ

ଗୌହାଟି : ଅଏଲ୍‌ ଆଣ୍ଡ୍‌ ନେଚୁରାଲ୍‌ ଗ୍ୟାସ୍‌ କର୍ପୋରେସନ୍‌ ଲିମିଟେଡ୍‌’ର (ଓଏନ୍‌ଜିସି) ୩ଜଣ କର୍ମଚାରୀ ଅପହୃତ। ବୁଧବାର ପ୍ରତ୍ୟୁଷରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଆସାମର ଶିବନଗର ଜିଲ୍ଲା ଅନ୍ତର୍ଗତ ଲକୁଓ୍ଵା ଅଏଲ୍‌ ଫିଲ୍‌ଡ୍‌ର ରୋମୋନିଆ ଖନନସ୍ଥଳରୁ ଏହି ଅପହରଣ କରିଛନ୍ତି। ଏ ମଧ୍ୟରେ ଦୁଇଜଣ ରହିଛନ୍ତି ଜୁନିଅର୍‌ ଇଞ୍ଜିନିୟର୍‌ ଆସିଷ୍ଟାଣ୍ଟ୍‌ (ପ୍ରଡକ୍‌ସନ୍‌) ଓ ଜଣେ ଜୁନିୟର୍‌ ଟେକ୍ନିସିଆନ୍‌ (ପ୍ରଡକ୍ସନ୍‌)।

ଖବର ଅନୁଯାୟୀ ସଶସ୍ତ୍ର ଆତଙ୍କବାଦୀମାନେ ଓଏନ୍‌ଜିସିର ଗୋଟାଏ ଅପରେସ୍‌ନାଲ୍‌ ଗାଡ଼ିରେ ଅପହରଣ କରି ନେଇଥିଲେ। ଗାଡ଼ିଟି ଆସାମ-ନାଗାଲାଣ୍ଡ୍‌ ସୀମାନ୍ତ ନିକଟ ନିମୋନଗର ଜଙ୍ଗଲରୁ ପରିତ୍ୟକ୍ତ ଅବସ୍ଥାରେ ମିଳିଛି। ଶିବନଗର ଜିଲ୍ଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅମିତାଭ ସିହ୍ନା କହିଛନ୍ତି ଅପହୃତ କର୍ମଚାରୀମାନଙ୍କୁ ଉଦ୍ଧାର ପାଇଁ ଆମେ ଅଭିଯାନ ଆରମ୍ଭ କରି ସମସ୍ତ ସନ୍ଦିଗ୍ଧ ଅଞ୍ଚଳକୁ କର୍ଡନ୍‌ କରିଛୁ। ଏହା କେଉଁ ଆତଙ୍କବାଦୀ ସଙ୍ଗଠନର କାର୍ଯ୍ୟ ତାହା ଜଣାପଡ଼ିନାହିଁ।

Leave a Reply

Your email address will not be published. Required fields are marked *

Back to top button