ଓଜନ କମାଏ ଧନିଆ ପାଣି

ଧନିଆର ଅନେକ ଉପକାରୀ ଗୁଣ ରହିଛି। ଏହାକୁ ଓଜନ କମାଇବା ପାଇଁ ବ୍ୟବହାର କରାଯାଇପାରିବେ। କେବଳ ସେତିକି ନୁହେଁ ଏହାକୁ ବ୍ୟବହାର କଲେ ହଜମ ପ୍ରକ୍ରିୟା ଠିକ୍‌ ରହିବ। ହ୍ରାସ ପାଇବ ଓଜନ। ତେବେ କିପରି ବ୍ୟବହାର କରିବେ ଆସନ୍ତୁ ସେ ବିଷୟରେ ଜାଣିବା :-

ଓଜନ ହ୍ରାସ ପାଇଁ ଯଦି ଧନିଆ ପାଣି ପିଇବାକୁ ଚହୁଁଛନ୍ତି ତାହେଲେ ପ୍ରଥମେ ଗୋଟିଏ ଚାମଚ ଧନିଆ ମଞ୍ଜି ନିଅନ୍ତୁ। ଗୋଟିଏ ଗ୍ଲାସ ପାଣିରେ ଏହାକୁ ଭିଜାଇ ସକାଳେ ଧନିଆ ମଞ୍ଜିକୁ ପାଣିରୁ ଛାଣି ଖାଲି ପେଟରେ ପାଣି ପିଅନ୍ତୁ। ଭିଜା ଧନିଆ ମଞ୍ଜି ରୋଷେଇରେ ମଧ୍ୟ ବ୍ୟବହାର ହୋଇପାରିବ।

୧. ଧନିଆ ପାଣି ପିଇଲେ ଶରୀରରେ ଇମ୍ୟୁନିଟି ପାୱାର ବା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଥାଏ।

୨. ଧନିଆ ପାଣିରେ ଆଣ୍ଟି-ଅକ୍ସିଡାଣ୍ଟ ଫ୍ରୀ-ରାଡିକାଲ୍ସ ରହିଛି। ଏହା ଖରାପ କୋଷ ପ୍ରସ୍ତୁତ ହେବାକୁ ଦିଏନାହିଁ। ଏହାର ବ୍ୟବହାର ଦ୍ୱାରା ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି ସହ ଓଜନ ହ୍ରାସ ପାଇଥାଏ।

୩. ହଜମ ଜନିତ ସମସ୍ୟା ରହିଥିଲେ ପ୍ରତିଦିନ ସକାଳେ ଖାଲି ପେଟରେ ଧନିଆ ପାଣି ପିଅଲେ ହଜମ ପ୍ରକ୍ରିୟା ଠିକ୍‌ ରହିଥାଏ।

୪. ଶରୀରରୁ ଟକ୍ସିନକୁ ବାହାର କରିବା ପାଇଁ ଧନିଆ ପାଣି ସାହାଯ୍ୟ କରେ। ତେଣୁ ଗୋଟିଏ ଗ୍ଲାସ ଧନିଆ ପାଣି ପାକସ୍ଥଳୀକୁ ସୁସ୍ଥ ରଖିଥାଏ।

୫. ଅତ୍ୟଧିକ ଖାଇବା ଯୋଗୁଁ ଓଜନ ବୃଦ୍ଧି ହୋଇଥାଏ। ଧନିଆ ପାଣି ଏହି ସମସ୍ୟାକୁ ଦୂର କରିଥାଏ।

ମତାମତ ଦିଅନ୍ତୁ ।