ପଦ୍ମପୁର ଏନଏସି ୭ଦିନ ବନ୍ଦ

ପଦ୍ମପୁର : କରୋନା ସଂକ୍ରମଣ ବଢିବା କାରଣରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବରଗଡ ଜିଲ୍ଲା ପଦ୍ମପୁର ଏନଏସି ୭ ଦିନ ପାଇଁ ବନ୍ଦ। ସମସ୍ତ ଅନୁଷ୍ଠାନର କର୍ମକର୍ତ୍ତାମାନେ ପଦ୍ମପୁର ଉପ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବା ପରେ ଆଜିଠାରୁ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ଘୋଷଣା କରିଛନ୍ତି।

କରୋନା ସଂକ୍ରମଣ ରୋକିବା ଓ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ପ୍ରୟାସ କରାଯାଇଛି। ନିଷ୍ପତ୍ତି ଅନୁଯାୟୀ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ସକାଳ ୯ଟା ଯାଏଁ ଖୋଲା ରହିବା ସହିତ ଯାନବାହନ ଚଳାଚଳ ସ୍ଵାଭାବିକ ରହିବ। ଏଥିପାଇଁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ଜଣାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button