ପାକିସ୍ତାନ ନକ୍ସାରୁ ସାଉଦୀ ଆରବ ଗିଲଗିଟ୍ ଓ ବାଲତିସ୍ତାନକୁ ହଟାଇଲା

ରିୟାଦ : ପାକିସ୍ତାନର ଇମ୍ରାନ ସରକାର ପ୍ରସ୍ତୁତ କରିଥିବା ନୂଆ ନକ୍ସାରେ ଭାରତର କାଶ୍ମୀର ଓ ଗୁଜରାଟର କେତେକ ଅଂଶକୁ ନିଜର ବୋଲି ଦର୍ଶାଇଥିଲା। ଏବେ ସାଉଦୀ ଆରବ ସରକାର ପାକିସ୍ତାନର ପୁରୁଣା ନକ୍ସାରୁ କାଶ୍ମୀର ଓ ପାକ୍ ଅଧିକୃତ କାଶ୍ମୀର (ଗିଲଗିଟ୍ ଓ ବାଲତିସ୍ତାନ)କୁ ବାଦ ଦେଇଛନ୍ତି।

ଆଗାମୀ ମାସ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିପାଇଁ ସାଉଦୀ ଆରବ ସରକାର ଏକ ସ୍ୱତନ୍ତ୍ର ନୋଟ୍‌ (କରେନ୍ସି) ଜାରି କରିଛନ୍ତି। ଯାହାର ପଛପଟେ ଜି-୨୦ ସଦସ୍ୟ ଦେଶଙ୍କ ନକ୍ସା ରହିଛି। ଏହି ନୋଟରେ ରହିଛି ଭାରତ ଓ ପାକିସ୍ତାନ ନକ୍ସା। ପାକିସ୍ତାନ ନକ୍ସାରୁ କାଶ୍ମୀର ସମେତ ପାକ୍ ଅଧିକୃତ କାଶ୍ମୀରର ଗିଲଗିଟ୍ ଓ ବାଲତି ସ୍ତାନକୁ ସାଉଦୀ ସରକାର ହଟାଇ ଏହାକୁ ସ୍ୱତନ୍ତ୍ର ଦେଶ ଭାବେ ଉପସ୍ଥାପିତ କରିଛନ୍ତି। କିନ୍ତୁ ପାକିସ୍ତାନ ସରକାର ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରିନାହାନ୍ତି।

ମତାମତ ଦିଅନ୍ତୁ ।