ପଞ୍ଚାୟତ କୋଭିଡ୍ କେୟାର୍ ହୋମ୍‌ରେ ସ୍ଵାସ୍ଥ୍ୟକର୍ମୀଙ୍କୁ ମିଳିବ ଅସ୍ଥାୟୀ ନିଯୁକ୍ତି

ଭୁବନେଶ୍ଵର : ରାଜ୍ୟର ପ୍ରତି ପଞ୍ଚାୟତରେ ପ୍ରସ୍ତାବିତ କୋଭିଡ୍ କେୟାର୍ ହୋମ୍‌ରେ ୭ ହଜାର ତାଲିମପ୍ରାପ୍ତ ସ୍ଵାସ୍ଥ୍ୟକର୍ମୀଙ୍କୁ ଅସ୍ଥାୟୀ ନିଯୁକ୍ତି ଦିଆଯିବ। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦିଆଯାଇଛି।

ରାଜ୍ୟରେ କାରୋନା ପଜିଟିଭଙ୍କ ସଂଖ୍ୟା ବଢୁଥିବାରୁ ମାମଲା ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ କୋଭିଡ୍ କେୟାର୍ ହୋମ୍‌ସ୍/କୋଭିଡ୍ ଗୃହ ସ୍ଥାପନ କରିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି। ଏହାର ଅବାଧ ପରିଚାଳନା ନିମନ୍ତେ ସ୍ଵାସ୍ଥ୍ୟକର୍ମୀଙ୍କ ସଂଖ୍ୟା ବୃଦ୍ଧି କରିବା ଆବଶ୍ୟକ ହୋଇପଡ଼ିଛି। ତେଣୁ ରାଜ୍ୟର ୬୭୯୮ଟି ଗ୍ରାମ ପଞ୍ଚାୟତରେ ପ୍ରସ୍ତାବିତ କୋଭିଡ୍ କେୟାର୍ ହୋମ୍‌ ପାଇଁ ୭୦୦୦ ତାଲିମପ୍ରାପ୍ତ ସ୍ଵାସ୍ଥ୍ୟକର୍ମୀଙ୍କୁ ଅସ୍ଥାୟୀ ନିଯୁକ୍ତି ମିଳିବ। ଏହି କୋଭିଡ୍ କେୟାର୍ ହୋମ୍‌ଗୁଡ଼ିକରେ ସର୍ବନିମ୍ନସ୍ତରୀୟ ସ୍ଵାସ୍ଥ୍ୟଗତ କାର୍ଯ୍ୟକଳାପର ପରିଚାଳନା ତାଲିମପ୍ରାପ୍ତ ବେକାରୀ ଓ ପଞ୍ଜିକୃତ ଏଏନ୍‌ଏମ୍ କରିବେ।

  ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ

ତେଣୁ, ପ୍ରତି ପଞ୍ଚାୟତ ପାଇଁ ପ୍ରସ୍ତାବିତ କୋଭିଡ୍ କେୟାର୍ ହୋମ୍‌ ପାଇଁ ଅନ୍ୟୂନ ଜଣେ ଅଣ-ନିୟୋଜିତ ଏଏନ୍ଏମ୍ ନିଯୁକ୍ତ କରିବାକୁ ସ୍ଥିର କରାଯାଇଛି। ଯଦି ନିଯୁକ୍ତି ପାଇ ନଥିବା ଏଏନ୍ଏମ୍ ନ ମିଳନ୍ତି ତେବେ, ପଞ୍ଜିକୃତ ଷ୍ଟାଫ୍ ନର୍ସ କିଂବା ଫାର୍ମାସିଷ୍ଟ୍‌ଙ୍କୁ ନିଯୁକ୍ତି ମିଳିବ।

2 Comments

  1. It would be better if all news can be reach us in paper type

    cutting without login as it is more time taking which we cant spare the time to read the news properly and also cant read all news,so plz send us directly.

    1. Author

      you can share your whatsap number to get all news directly by whatsap .

      THANK YOU
      Janatakhabar.in { Technical team }

ମତାମତ ଦିଅନ୍ତୁ ।