ପଞ୍ଚାୟତ ନିର୍ବାଚରେ ଡ୍ୟୁଟି କରୁଥିବା ୫୭୭ ଶିକ୍ଷକଙ୍କ କରୋନାରେ ମୃତ୍ୟୁ

ଲକ୍ଷ୍ନୌ : ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଦୈନିକ ସଂକ୍ରମଣ ସୃଷ୍ଟି କରୁଛି ରେକର୍ଡ। ଏହି ସମୟରେ ଉତ୍ତର ପ୍ରଦେଶରେ ଚାଲିଥିବା ପଞ୍ଚାୟତ ନିର୍ବାଚନ ଶେଷ ପର୍ଯ୍ୟାୟରେ ରହିଛି। ଏହି ନିର୍ବାଚନରେ ଡ୍ୟୁଟି କରୁଥିବା ୫୭୭ ଜଣ ଶିକ୍ଷକଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ଶିକ୍ଷକ ସଙ୍ଘ ଦାବି କରିଛି।

ଗୁରୁବାର ଶିକ୍ଷକ ସଙ୍ଗଠନ ଉତ୍ତର ପ୍ରଦେଶ ନିର୍ବାଚନ ଆୟୋଗଙ୍କୁ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଥିବା ୫୭୭ଜଣ ଶିକ୍ଷକଙ୍କ ତାଲିକା ଦେଇଛି। ଏହି ଶିକ୍ଷକମାନେ ନିର୍ବାଚନ ସମୟରେ ଓ ଡ୍ୟୁଟି ସରିବା ପରେ କରୋନାରେ ପ୍ରାଣ ହରାଇଥିବା ଦାବି କରାଯାଉଛି। ଏଥିସହ ମେ ୨ରେ ହେବାକୁ ଥିବା ଭୋଟଗଣନା ସ୍ଥଗିତ ରଖିବାକୁ ଶିକ୍ଷକ ସଙ୍ଘ ପକ୍ଷରୁ ଦାବି କରାଯାଉଛି। ତେବେ ଏହି ଘଟଣା ପୂର୍ବରୁ ପଞ୍ଚାୟତ ନିର୍ବାଚନ ସମୟରେ ୧୩୫ଜଣ ପୋଲିଂ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା।

ଉତ୍ତରପ୍ରଦେଶ ଶିକ୍ଷକ ମହାସଙ୍ଘର ଅଧ୍ୟକ୍ଷ ଦିନେଶ ଚନ୍ଦ୍ର ଶର୍ମା କହିଛନ୍ତି ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ୭୧ ଜିଲ୍ଲାରେ ୫୭୭ ଶିକ୍ଷକଙ୍କ ମୃତ୍ୟୁର କାରଣ ହୋଇଛନ୍ତି। କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ସମସ୍ତ ଶିକ୍ଷକଙ୍କ ନାମ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button