ପାଣି ସୁଅରେ ଭାସିଗଲା ମିନିଟ୍ରକ୍‌

କେନ୍ଦୁଝର : କେନ୍ଦୁଝର ପାଟଣା ଥାନା ସ୍ଵାମ ପାଟଣା ନିକଟରେ ଅଭାବନୀୟ ଘଟଣା ଘଟିଛି। ବନ୍ୟା ପାଣିରେ ଭାସି ଯାଇଛି ଏକ ମିନିଟ୍ରକ। ଖବର ହେଲା ସ୍ଵାମ ନାଳରେ ବର୍ଷା ପାଣି ୩ ଫୁଟ ଉଚ୍ଚରେ ଚାଲୁଥିବା ବେଳେ ଏକ ଧାନ ବୋଝେଇ ମିନିଟ୍ରକ ଜବରଦସ୍ତ ପାରିହେବାକୁ ଚେଷ୍ଟା କରିଥିଲା। ଲୋକଙ୍କ ବାରଣ ସତ୍ୱେ ଡ୍ରାଇଭର ଏପରି ଆରିବାରୁ ଗାଡିଟି ଭାରସାମ୍ୟ ହରାଇ ପାଣିରେ ଭାସି ଯାଇଥିଲା ।

ଫଳରେ ଡ୍ରାଇଭର ସହ ଟ୍ରକ ଟି ପାଣିରେ ଭାସି ଯାଇଥିଲା । ସ୍ଥାନୀୟ ଲୋକ ଡ୍ରାଇଭରକୁ ଉଦ୍ଧାର କରି ପାଟଣା ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଲଗାଣ ବର୍ଷା ଯୋଗୁ ଢେଙ୍କିକୋଟ-ପାଟଣା ଓ ଟାଙ୍ଗରପଡା ନିକଟସ୍ଥ କେନ୍ଦୁଝର ପାଟଣା ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ଜଞ୍ଜାଳୀ ନାଳ ପୋଲ ଉପରୁ ଏକ କାର‌ ଭାସି ଗଛରେ ଲାଗିଥିବା ଖବର ମିଳିଛି।

ମତାମତ ଦିଅନ୍ତୁ ।