ପାର୍ବଣ ଋତୁ ପୂର୍ବରୁ ସୁରକ୍ଷିତ ଡେଲିଭରୀ ପାଇଁ ଆମାଜନ ଇଣ୍ଡିଆର ନେଟ୍ୱାର୍କ ସମ୍ପ୍ରସାରଣ

ବେଙ୍ଗାଲୁରୁ : ଆଗକୁ ପାର୍ବଣ ଋତୁ ଆସୁଛି । ଏହାକୁ ଦୃଷ୍ଟିରେ ରଖି ଆମାଜନ ପକ୍ଷରୁ ଏହାର ନେଟୱାର୍କ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରାଯାଇଛି । ଗ୍ରାହକଙ୍କ ଚାହିଦାକୁ ପୂରଣ ପାଇଁ କମ୍ପାନୀ ପକ୍ଷରୁ ବହୁ ସଂଖ୍ୟକ ଡେଲିଭରୀ ଅଂଶୀଦାରଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ଯୋଜନା କରାଯାଇଛି। କମ୍ପାନୀ ପକ୍ଷରୁ ଡେଲିଭରୀ ଅଂଶୀଦାରଙ୍କ ଦ୍ୱାରା କାର୍ଯ୍ୟ କରୁଥିବା ୨୦୦ ପାଖାପାଖି ଡେଲିଭରୀ ଷ୍ଟେସନକୁ ନେଟୱାର୍କରେ ସଂଯୋଗ କରାଯାଇଛି। ଏଣିକି ନର୍ଥଇଷ୍ଟର ଦୁର୍ଗମ ସହର ଚମ୍ଫାଇ, କୋଲାସିବ୍, ଲୁମ୍ବିଡିଙ୍ଗ୍ ଓ ମୋକୋକୁଚୁଙ୍ଗ୍ ଆଦିରେ ଡେଲିଭରୀ କାର୍ଯ୍ୟ ସହଜରେ ସମ୍ପନ୍ନ ହୋଇପାରିବ।

କମ୍ପାନୀ ଏହାର ଡେଲିଭରୀ ନେଟ୍ୱାର୍କକୁ ସୁଦୃଢ଼ କରିବା ସହିତ ଫ୍ଲାଗଶିପ୍ କାର୍ଯ୍ୟକ୍ରମ ‘ଆ ହାଭ୍ ସ୍ପେସ୍’(ଆଇଏଚ୍ଏସ୍) ଅନ୍ତର୍ଗତ ୩୫୦ ସହରରେ ୨୮,୦୦୦ ତେଜରାତି ଦୋକାନ ସହିତ ମିଳିତ ହୋଇପାରିଛି । ଏହି କାର୍ଯ୍ୟକ୍ରମରେ ଆମାଜନ ସ୍ଥାନୀୟ ଷ୍ଟୋର୍ ମାଲିକଙ୍କ ସହିତ ହାତ ମିଳାଇ ୨ରୁ୪ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଗ୍ରାହକଙ୍କୁ ଆବଶ୍ୟକ ସାମଗ୍ରୀ ଡେଲିଭରି କରାଯାଇ ପାରୁଛି। ଏହା ଦ୍ୱାରା ସେମାନଙ୍କର ଆର୍ଥିକ ବିକାଶ ସମ୍ଭବ ହୋଇପାରୁଛି । ସେହିପରି ଆମାଜନ ଫ୍ଲେକ୍ସ୍ କାର୍ଯ୍ୟକ୍ରମ ଦ୍ୱାରା ଭାରତ ୬୫ଟି ସହରରେ ଗତ ୪ ମାସ ଧରି ଡେଲିଭରୀ କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ଷ୍ଟୋର ମାଲିକମାନେ ନିଜ ସମୟ ଅନୁସାରେ ଆମାଜନ ଡେଲିଭରି କାର୍ଯ୍ୟ କରି ଘଂଟାକୁ ୧୨୦ ଟଙ୍କାରୁ ୧୪୦ ଟଙ୍କା ପର୍ଯ୍ୟନ୍ତ ଆୟ କରିପାରୁଛନ୍ତି।

କଂଟାକ୍ଟଲେସ୍ ଡେଲିଭରୀ ପାଇଁ ଆମାଜନ ପକ୍ଷରୁ ‘ସୋସାଇଟି ପିକ୍ ଅପ୍ ପଏଂଟ୍’ ଦ୍ୱାରା ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଓ ହାଇଦ୍ରାବାଦ୍ ଆଦି ସହରରେ ଡେଲିଭରୀ କାର୍ଯ୍ୟ କରାଯାଉଛି।
ନେଟୱାର୍କ ସମ୍ପ୍ରସାରଣ ସମ୍ପର୍କରେ ଆମାଜନ ଇଣ୍ଡିଆର ଲାଷ୍ଟ ମାଇଲ୍ ଅପରେଶନ୍ ନିର୍ଦ୍ଦେଶକ ପ୍ରକାଶ ରୋଚାଲାନି କହିଲେ ନୂତନ ନେଟୱାର୍କ ସମ୍ପ୍ରସାରଣ ଦ୍ୱାରା ଆମାଜନ ଇଣ୍ଡିଆ ନିଜର ଲକ୍ଷ୍ୟ ହାସଲ କ୍ଷେତ୍ରରେ ସଫଳ ହୋଇପାରିବ । ଦେଶବ୍ୟାପି ଗ୍ରାହକଙ୍କ ପାଖରେ ପହଂଚିବା ଲକ୍ଷ୍ୟ ନେଇ ଆମେ କାର୍ଯ୍ୟ ଜାରି ରଖିଛୁ । ପାର୍ବଣ ଋତୁରେ ଗ୍ରାହକଙ୍କ ଘରେ ସହଜରେ ସୁରକ୍ଷିତ ଭାବେ ଆବଶ୍ୟକ ସାମଗ୍ରୀ ପହଂଚାଇବାର ଯୋଜନା ଆମେ ରଖିଛୁ । ଗ୍ରାହକ ଓ ଆମର ଡେଲିଭରୀ ଅଂଶୀଦାରଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରୁଛୁ ।

ଆମାଜନ ଇଣ୍ଡିଆର ୨୫୦ଟି ଆମାଜନ ଦ୍ୱାରା ପରିଚାଳିତ ହେଉଥିବା ଷ୍ଟେସନ ରହିଛି । ସେହିପରି ୨୮୦ରୁ ଅଧିକ ଉଦ୍ୟୋଗୀଙ୍କ ଦ୍ୱାରା ୧୫୦୦ରୁ ଅଧିକ ଅଂଶୀଦାର ଡେଲିଭରୀ ଷ୍ଟେସନ ରହିଛି । କମ୍ପାନୀର ଆମାଜନ ଫ୍ଲେକ୍ସ୍ ଡେଲିଭରୀ କାର୍ଯ୍ୟକ୍ରମ ୬୫ଟି ସହରରେ ଜାରି ରହିଛି । ସେହିପରି ‘ଆ ହାଭ୍ ସ୍ପେସ୍’(ଆଇଏଚ୍ଏସ୍) ଅନ୍ତର୍ଗତ ୩୫୦ ସହରରେ ୨୮,୦୦୦ ତେଜରାତି ଦୋକାନ ସହିତ କମ୍ପାନୀ ମିଳିତ ହୋଇପାରିଛି। ଆମାଜନର ଇଜି ଶିପ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ପାର୍ବଣ ଋତୁରେ ୨୫୦୦ ସହରରେ ୬.୫ ଲକ୍ଷରୁ ଅଧିକ ବିକ୍ରେତା ଡେଲିଭରୀ ନେଟୱାର୍କରେ ସାମିଲ ହୋଇ କାର୍ଯ୍ୟ କରିବେ।

ମତାମତ ଦିଅନ୍ତୁ ।