ପରିବା ବିକିଲେ ଆଇନଜୀବୀ

କଟକ: ହାଇକୋର୍ଟର ଆଇନଜୀବୀ ଵିକିଲେ ପରିବା। ଆଜି ହାଇକୋର୍ଟର ପାର୍କିଂ ଲଟ୍ ସାମ୍ନାରେ ଦେଖିଵାକୁ ମିଳିଥିଲା ଏମିତି ଦୃଶ୍ୟ। କରୋନା କଟକଣା ଯୋଗୁଁ ଓକିଲମାନଙ୍କର ରୋଜଗାର ଠପ୍ ହୋଇଯାଇଛି। ହାଇକୋର୍ଟ ଠାରୁ ଆରମ୍ଭ କରି ତଳ କୋର୍ଟର ଆଇନଜୀବୀମାନେ ପ୍ରାୟ ତିନି ମାସ ହେଵ ଵିନା ରୋଜଗାରରେ ଵସି ରହିଛନ୍ତି। ଏପରିସ୍ଥଳେ ଆଇନଜୀବୀମାନଙ୍କ ପାଇଁ ଥିବା କର୍ପସ୍ ଫଣ୍ଡରୁ ଓକିଲମାନଙ୍କୁ ଆର୍ଥିକ ସହାୟତା ଦେଵା ପାଇଁ ରାଜ୍ୟ ଵାର୍ କାଉନସିଲ ନିକଟରେ ଦାବି କରାଯାଇଛି। ମାତ୍ର ଏଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆଜି କିଛି ଆଇନଜୀବୀ ଏପରି ପନ୍ଥା ଵାଛିଛନ୍ତି।

ମତାମତ ଦିଅନ୍ତୁ ।