ପାରିବାରିକ କଳିରୁ ଭୁଜାଲି ମାଡ଼, ୪ ଗୁରୁତର

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ରେବଣା ନୂଆଗାଁରେ ଭୁଜାଲି ମାଡ଼। ଗତକାଲି ରାତିରେ ଘଟିଥିବା ଏହି ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ ଦୁଇଟି ପରିବାର ମଧ୍ୟରେ କଳହ ଉଗ୍ରରୂପ ଧାରଣ କରିବାରୁ ଭୁଜାଲି ମାଡ଼ ପର୍ଯ୍ୟନ୍ତ କଥା ଯାଇଥିଲା। ଏଥିରେ ମନୋଜ କୁମାର ସାହୁ, ସଞ୍ଜୟ ସାହୁ, ତାଙ୍କ ମା’ ଓ ଭଉଣୀ ଗୁରୁତର ହୋଇଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।