ପଶ୍ଚିମବଙ୍ଗ ବିଧାୟକଙ୍କ ଝୁଲନ୍ତା ଶବ ଉଦ୍ଧାର

କୋଲ୍‌କାତା : ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲା ଅନ୍ତର୍ଗତ ହେମତାବାଦର ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ଝୁଲନ୍ତା ଶବ ସୋମବାର ସକାଳେ ତାଙ୍କ ଗାଁ ବିନ୍ଦାଲର ଘର ନିକଟରେ ଦେଖିବାକୁ ମିଳିଛି। କିନ୍ତୁ ପରିବାର ଦାବି କରିଛନ୍ତି ବିଧାୟକଙ୍କୁ ହତ୍ୟା କରାଯାଇଛି। ସେହିପରି ସ୍ଥାନୀୟ ଲୋକଙ୍କ ଦାବି ବିଜେପି ବିଧାୟକଙ୍କୁ ହତ୍ୟା କରି ଟାଙ୍ଗି ଦିଆଯାଇଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ। ପୋଲିସ ବ୍ୟବଚ୍ଛେଦ ପାଇଁ ଶବକୁ ରାଇଗଞ୍ଜ୍ ଡାକ୍ତରଖାନାକୁ ପଠାଇଛି।

ମତାମତ ଦିଅନ୍ତୁ ।