ପଶ୍ଚିମବଙ୍ଗ : ବିଜେପି ଛାଡି ଟିଏମସିରେ ମିଶିଲେ ୩୫୦ କାର୍ଯ୍ୟକର୍ତ୍ତା

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ଏବେ ଦୃଶ୍ୟପଟ୍ଟ ବଦଳିଛି। ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ନେତା ଓ କାର୍ଯ୍ୟକର୍ତ୍ତାମାନେ ପୁଣି ଟିଏମସିକୁ ଫେରିବା ଆରମ୍ଭ କରିଛନ୍ତି। ବିଜେପିରେ ଯୋଗଦେଇଥିବା ୩୫୦ ବିଜେପି କର୍ମୀ ପାପ କରିଥିବା କହିଥିଲେ। ସେମାନଙ୍କ ଉପରେ ଗଙ୍ଗାଜଳ ଚିଞ୍ଚାଯାଇ ଆଜି ଟିଏମସିରେ ସାମିଲ କରାଯାଇଛି।

ଖବର ଅନୁଯାୟୀ ଶୁକ୍ରବାର ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାର ୩୫୦ ଜଣ ବିଜେପି କାର୍ଯ୍ୟକର୍ତ୍ତା ଟିଏମସିରେ ମିଶିବାକୁ ଦଳ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ସେମାନେ କହିଥିଲେ ଆମେ ବିଜେପିରେ ଯୋଗ ଦେଇ ଭୁଲ କରିଛୁ। ଟିଏମସି ଆମକୁ ପୁଣିଥରେ ଗ୍ରହଣ କରୁ। ଏଭଳି ୪ ଘଂଟା ଚାଲିବା ପରେ ଜିଲ୍ଳା ଟିଏମସିର ନେତା ସେମାନଙ୍କ ଉପରେ ଗଙ୍ଗାଜଳ ଛିଞ୍ଚି ଦଳରେ ସାମିଲ କରିଥିଲେ।

ଏ ସମ୍ପର୍କରେ ବିଜେପି ସାଂସଦ ଅର୍ଜୁନ ସିଂ କହିଛନ୍ତି ନିର୍ବାଚନ ପରେ ଟିଏମସି ପକ୍ଷରୁ ରାଜ୍ୟରେ ଯେଭଳି ହିଂସା କରାଯାଉଛି ସେହି ଭୟରେ ବିଜେପିର ସାଧାରଣ କର୍ମୀମାନେ ଭୟଭିତ ହୋଇ ମମତାଙ୍କ ଶରଣ ପଶୁଛନ୍ତି। ସେହିପରି ବିଜେପିର ରାଷ୍ଟ୍ରୀୟ ଉପସଭାପତି ମୁକୁଲ ରାୟ ଓ ତାଙ୍କ ପୁଅ ଶୁଭ୍ରାଂସୁ ଟିଏମସିରେ ଯୋଗଦେବା ପରେ ଆହୁରି ଅନେକ ବିଜେପି ବିଧାୟକ ଓ ସାଂସଦ ମମତାଙ୍କ ଦଳରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର
between image and heading

Comments are closed.