ପଶ୍ଚିମବଙ୍ଗ : ବିଜେପି ସାଂସଦଙ୍କୁ ମରଣାନ୍ତକ ଆକ୍ରମଣ

କୋଲକାତା : ପଶ୍ଚିମବଙ୍ଗ ଜଲପାଇଗୁରି ବିଜେପି ସାଂସଦ ଡ. ଜୟନ୍ତ କୁମାର ରାୟଙ୍କ ଉପରେ ଆଜି ମରଣାନ୍ତକ ଆକ୍ରମଣ ହୋଇଛି। କିଛି ଦୃବୁର୍ତ୍ତ ଏପରି କାର୍ଯ୍ୟ କରିଥିବା ବେଳେ ଆକ୍ରମଣ ପଛରେ ଟିଏମସିର ହାତ ଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ ଜୟନ୍ତ କୁମାର ଫେରୁଥିବାବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ସେ କହିଛନ୍ତି ନିର୍ବାଚନ ପରବର୍ତ୍ତୀ ହିଂସା କାରଣରୁ ଗୃହହୀନ ହୋଇପଡିଥିବା ବିଜେପି କର୍ମୀଙ୍କୁ ଭେଟି ଫେରୁଥିଲେ। ଏହି ସମୟରେ ତୃଣମୂଳ କଂଗ୍ରେସର କିଛି କର୍ମୀ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ କେବଳ ସେ ନୁହେଁ ଦୁଇ ବିଜେପି କର୍ମୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button