ପଶ୍ଚିମବଙ୍ଗରେ ମତଦାନ ୭୯.୭୯ ପ୍ରତିଶତ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶେଷ ହୋଇଛି। ସନ୍ଧ୍ୟା ୬ଟା ସୁଦ୍ଧା ୭୯.୭୯ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିସନ୍ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦାୟ ୨୯୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୫ଟି ଜିଲ୍ଲାର ୩୦ଟି ନିର୍ବାଚନମଣ୍ଡଳୀ ପାଇଁ ଆଜି ମତଦାନ କରଯାଇଥିଲା।
ଶନିବାର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ସରିବା ପରେ ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି। ଏହି ନିର୍ବାଚନରେ ବିଜେପି ନେତା ସୁଖୋମୟ ସତପତି, ଅଭିନେତ୍ରୀ ଜୁନ୍ ମାଲିଆ, ବାଗମୁଣ୍ଡିରୁ ଚାରିଥର କଂଗ୍ରେସ ବିଧାୟକ ଥିବା ନେପାଳ ମହାତୋ ଓ ସଞ୍ଜୁକ୍ତ ମୋର୍ଚ୍ଚାର ସୁଶାନ୍ତ ଘୋଷଙ୍କ ଭାଗ୍ୟ ଆଜି ଭୋଟର ନିର୍ଦ୍ଧାରଣ କରିଛନ୍ତି।