Breaking Newsଦେଶ-ବିଦେଶ

ପଶ୍ଚିମବଙ୍ଗରୁ ଆରମ୍ଭ ହେଲା ତୈଳ ଉତ୍ପାଦନ

କୋଲକାତା : ଦୀର୍ଘ ପ୍ରାୟ ୭୦ ବର୍ଷ ପରେ ବୈଜ୍ଞାନିକ ଓ ଇଂଜିନିୟରମାନଙ୍କୁ ମିଳିଛି ସଫଳତା। ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ଠାରୁ ୫୦ କିମି ଦୂର ୨୪ ପ୍ରଗଣା ଜିଲ୍ଲାର ଅଶୋକନଗରର ଏକ କୂଅରୁ ତୈଳ ଉତ୍ପାଦନ ଆରମ୍ଭ ହୋଇଛି। ଏହା ଦେଶର ଅଷ୍ଟମ ଉତ୍ପାଦନ ବେସିନ୍।

୧୯୪୯ ମସିହାରେ ଏହି ବେସିନରେ ତେଲ ଓ ଗ୍ୟାସ୍ ଭଣ୍ଡାରର ସନ୍ଧାନ ହୋଇଥିଲା। ବର୍ତ୍ତମାନ ଏଥିରେ ବିପୁଳ ପରିମାଣର ପେଟ୍ରୋଲିୟମ ମହଜୁଦ ରହିଛି। ଯାହାକି ପଶ୍ଚିମବଙ୍ଗ ଅର୍ଥବ୍ୟବସ୍ଥା ପାଇଁ ବରଦାନ ହେବ ବୋଲି ଅନୁମାନ କୁହାଯାଉଛି। ଏହି କୂଅର ସନ୍ଧାନ ପାଇଁ ଆଇଏନଜିସି ପ୍ରାୟ ୩୩୮୧ କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।

Back to top button