ପାଟଣାଗଡ ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ପରଲୋକ

0

ବଲାଙ୍ଗିର : ପାଟଣାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ୭୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ହେଲା ଯକୃତ ଜନିତ ରୋଗରେ ପୀଡିତ ଥିଲେ।

ଶନିବାର ରାତିରେ ତାଙ୍କ ଦେହ ଅଧିକ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ କଟକ ନେବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ସ୍ୱର୍ଗତ ମେହେର ପାଟଣାଗଡ ନିର୍ବାଚନ ମଣ୍ଡଳୀରୁ ଦୁଇଥର ବିଧାୟକ ହୋଇଥିଲେ। ୧୯୭୭ରୁ ୧୯୮୦ ଓ ୧୯୯୦ରୁ ୧୯୯୫ ମସିହା ପର୍ଯ୍ୟନ୍ତ ସେ ଜନତା ଦଳରୁ ଟିକେଟରେ ବିଧାୟକ ହୋଇଥିଲେ।

Leave A Reply

Your email address will not be published.