ପାଠକ ବାପାପୁଅଙ୍କୁ ଜାମିନ

ଭୁବନେଶ୍ୱର : ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ହାଇକୋର୍ଟରୁ ଜାମିନ ମିଳିଛିl ତେବେ ଅନ୍ୟ ମାମଲା ବିଚାରାଧୀନ ଥିବାରୁ ଦୁହେଁ ଏବେ ଜେଲରୁ ବାହାରିବା ସମ୍ଭବ ନୁହେଁ।

ସୂଚନାଯୋଗ୍ୟ ଚାକିରି କରାଇ ଦେବା ନାଁରେ ଠକେଇ କରିଥିବା ଗୋଳନ୍ଥରା ଥାନାରେ ବାପପୁଅଙ୍କ ନାମରେ ଅଭିଯୋଗ ହୋଇଥିଲା। ଏହି ମାମଲାର ଶୁଣାଣି କରି କୋର୍ଟ ଉଭୟ ବାପପୁଅଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମଂଜୁର ହୋଇଥିଲେ ମଧ୍ୟ ସେମାନେ ଏବେ ଜେଲରୁ ବାହାରି ପାରିବେ ନାହିଁ।

ଅଭୟକାନ୍ତ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ୍ କରାଯାଇଥିଲା। ଏହି ସମୟରେ ତାଙ୍କ ପୁଅ ମଧ୍ୟ ରାଡାର ମଧ୍ୟକୁ ଆସିଥିଲେ। ନିଜକୁ ଟାଟା ମୋଟର୍ସର ଏମ୍‌ଡି ରୂପେ ପରିଚୟ ଦେଇ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକ ଗଞ୍ଜାମ ଜିଲ୍ଲାର ବହୁ ଯୁବକ ଯୁବତୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗହୋଇଥିବା ବେଳେ କ୍ରାଇମବ୍ରାଞ୍ଚ ‌ଏହି ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *

Back to top button