ପଠାନକୋଟ୍‌ରେ ପାକିସ୍ତାନ ଡ୍ରୋନ୍

ନୂଆଦିଲ୍ଲୀ : ପଠନକୋଟ୍‌ର ବାମିୟାଲ ସେକ୍ଟରରେ ପାକିସ୍ତାନର ଏକ ଡ୍ରୋନ ଦେଖିବାକୁ ମିଳିଛି। ଡିଣ୍ଡା ପୋଷ୍ଟରେ ଆଜି ସକାଳେ ଶତ୍ରୁପକ୍ଷର ଏହି ଡ୍ରୋନ ଉଡୁଥିବା ଦେଖିବା ପରେ ବିଏସ୍‌ଏଫର ଫାୟାରିଙ୍ଗ କରିବାରୁ ସନ୍ଦିଗ୍ଧ ଡ୍ରୋନଟି ଫେରିଯାଇଥିଲା। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। କୌଣସି ଅସ୍ତ୍ର କିମ୍ବା କିଛି ସାମଗ୍ରୀ ପକାଇବାକୁ ନା ବିଏସଏଫ ଆଲର୍ଟ ଅଛି କି ନାହିଁ ଯାଂଚ କରିବାକୁ ଡ୍ରୋନଟିକୁ ପଠାଯାଇଥିଲା ସେନେଇ ମଧ୍ୟ ଅପରେସନ ଚାଲିଛି।

ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦୀଲବାଗ ସିଂହ ଶନିବାର କହିଛନ୍ତି ଗୁଇନ୍ଦା ସୂଚନା ଅନୁଯାୟୀ ସୀମା ପାର ଆତଙ୍କବାଦୀ କ୍ୟାମ୍ପରୁ ଆଉ ୨୫୦ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମରେ ଅଛନ୍ତି। କିନ୍ତୁ ଜାମ୍ମୁ କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାକୁ ପଡୋଶୀ ଦେଶ ଯେଉଁ ଉଦ୍ୟମ କରୁଛି ତାକୁ ବିଫଳ କରିବାକୁ ସୁରକ୍ଷାବଳ ସମ୍ପୂର୍ଣ୍ଣ ସତର୍କ ରହିଛି।

Leave a Reply

Your email address will not be published. Required fields are marked *

Back to top button