ପଥର ଖାଦାନରେ ବିସ୍ଫୋରଣ : ୩ ଶ୍ରମିକ ମୃତ

ରାୟଗଡ଼ା : ଗୁଣୁପୁର ଥାନା ଅନ୍ତର୍ଗତ ଓକିଲଗୁଡ଼ା ନିକଟ ପଥର ଖାଦାନରେ ଅପରାହ୍ନରେ ଆଜି ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଜଣେ ମହିଳାଙ୍କ ସମେତ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି। ତାଙ୍କ ନାମ ଡୁଡି ଶବର। ବୁଡା ଶବର, ପାନ୍ତୁଲ ଶବର, ସୁକୁ ଶବର, ବଳିଆ ଶବର ଓ ସମିୟାନ ଶବର ଆହତ ହୋଇଛନ୍ତି।

ଖବର ଅନୁଯାୟୀ ଗୁଣୁପୁର ଥାନା ଅନ୍ତର୍ଗତ ଓକିଲଗୁଡ଼ା ନିକଟ ଏକ ପଥର ଖାଦାନରେ ନୁଙ୍ଗୁରତାଳ ଜଲତାର, ସାମ୍ପିନି ଗ୍ରାମର ଶ୍ରମିକମାନେ କାମ କରୁଥିଲେ। ବିସ୍ଫୋରଣ ଯୋଗୁ ପଥର ଖଣ୍ଡଗୁଡ଼ିକ ଶ୍ରମିକଙ୍କ ଦେହରେ ବାଜିବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି। ବେବେ ବିସ୍ଫୋରଣ ପରେ ପ୍ରବଳ ବର୍ଷା ହେବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି।

ମତାମତ ଦିଅନ୍ତୁ ।