Breaking Newsଅପରାଧ

ପତ୍ନୀ ହତ୍ୟାକାରୀକୁ ଜେଲ ଓ ଜରିମାନା

ବାରିପଦା : ପତ୍ନୀ ହତ୍ୟାକାରୀକୁ ୭ବର୍ଷ ଜେଲ। ବାରିପଦା ଅତିରିକ୍ତ ସେସନ୍‌ ଜଜ୍‌-୧ ପ୍ରବୀର କୁମାର ଚୌଧୁରୀ ଆଜି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୫ ମସିହାରେ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ବଣକାଟି ଗ୍ରାମର ସୁଦାମ ମାର୍ଣ୍ଡି ଓରଫ୍‌ ପୁଣ୍ଟିଆ ପତ୍ନୀହତ୍ୟା ଅଭିଯୋଗରେ ଗିରଫ ହୋଇଥିଲେ। ଏନେଇ ରାସଗୋବିନ୍ଦପୁର ଥାନାରେ ମାମଲା ରୁଜୁ ହୋଇଥିଲା। ବିଚାରପତି ଅଭିଯୁକ୍ତ ପୁଣ୍ଟିଆକୁ ୭ ବର୍ଷ ଦଣ୍ଡାଦେଶ ସହିତ ୩ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ୩ ମାସ ଅତିରିକ୍ତ ଜେଲଦଣ୍ଡ ଭୋଗିବେ ବୋଲି ରାୟ ଦେଇଛନ୍ତି।

ମତାମତ ଦିଅନ୍ତୁ ।

Back to top button