ପତ୍ନୀ ଓ ୨ ଝିଅକୁ ହାତୁଡିରେ ପିଟି ମାରିଦେଲା

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ବୁଲନ୍ଦ ସହରରେ ନୃଶଂସ ଘଟଣା ଘଟଣା ଘଟିଛି। ଜଣେ ବ୍ୟକ୍ତି ପତ୍ନୀ ଓ ୨ ଜିଅଙ୍କୁ ହାତୁଡିରେ ପିଟିପିଟି ହତ୍ୟାକରି ଫେରାର ହୋଇଯାଇଛି। ଅନ୍ୟଜଣେ ଝିଅର ଅବସ୍ଥା ଗୁରୁତର ରହିଛି।

ଖବର ଅନୁଯାୟୀ ବୁଧବାର ସକାଳେ ବୁଲନ୍ଦସହରର ଆମ୍ବେଦକର ନଗରରେ ରହୁଥିବା ସଉଦ ପତ୍ନୀ ଓ ୩ ଝିଅଙ୍କୁ ହାତୁଡିରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ପତ୍ନୀ ଓ ୨ ଝିଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଝିଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅଭିଯୁକ୍ତ ସଇଦ ପତ୍ନୀ ଓ ଝିଅର ଚରିତ୍ରକୁ ସନ୍ଦେହ କରି ଏପରି ଘଟଣା ଘଟାଇଥିବା କୁହାଯାଉଛି। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Back to top button