ପତ୍ନୀକୁ ୩ ବର୍ଷ ପାଇଖାନାରେ ବନ୍ଦୀକରି ରଖିଥିଲେ ସ୍ଵାମୀ

ପାନିପତ : ପାଇଖାନାରେ ୩ ବର୍ଷ ବନ୍ଦୀ ହୋଇରହିଥିଲେ ମହିଳା। ଭୋକ-ଉପାସରେ କଟୁଥିଲା ଦିନ। ମହିଳାଙ୍କ ସ୍ଵାମୀ ଦେଇଥିଲେ ଏଭଳି ନିର୍ଯାତନା। ସୂଚନା ପାଇ ମହିଳା ସଂରକ୍ଷଣ ଅଧିକାରୀ ସେଠାରେ ପହଁଞ୍ଚି ତାଙ୍କୁ ଉଦ୍ଧାର କରିଛନ୍ତି। ଘଟଣାଟି ହରିୟାଣାର ପାନିପତ ରିଶପୁରରେ ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ପାଇଖାନା ଘରେ ବନ୍ଦୀ ଜୀବନ ବିତାଉଥିଲେ ୩୫ ବର୍ଷୀୟ ମହିଳା ରାମରତି। ଜିଲ୍ଲା ମହିଳା ସଂରକ୍ଷଣ ଅଧିକାରୀ ରଜନୀ ଗୁପ୍ତା ସଲୋନି ଥାନା ପୋଲିସ ସାହାଯ୍ୟରେ ତାଙ୍କୁ ଉଦ୍ଧାର କରିଛନ୍ତି। ସ୍ଵାମୀ ନରେଶ ୩ ବର୍ଷ ହେବ ପତ୍ନୀକୁ ପାଇଖାନା ଘର ଭିତରେ ବନ୍ଦୀ କରି ରଖିଥିଲେ। ଏ କଥା ଲୋକ ଲୋଚନାକୁ ଆସିନଥିଲା।

ପୋଲିସ ଓ ମହିଳା ସଂରକ୍ଷଣ ଅଧିକାରୀ ସୂଚନା ପାଇ ମଙ୍ଗଳବାର ରିଶପୁର ବାସୀ ନରେଶଙ୍କ ଘରେ ପହଁଞ୍ଚିଥିଲେ। ନରେଶ ଘର ବାହାରେ ସାଙ୍ଗମାନଙ୍କ ସହିତ ତାସ ଖେଳୁଥିଲେ। ତାଙ୍କୁ ପତ୍ନୀଙ୍କ ବିଷୟରେ ପଚାରିବାକୁ ଚୁପ୍ କରିଥିଲେ। ଧମକଚମକ ପରେ ଘରର ଉପର ମହଲାରେ ଥିବା ପାଇକାନା ଘରର କବାଟ ଖୋଲିଥିଲେ। ସେଠାରେ ଦେଖିବାକୁ ମିଳିଥିଲା କରୁଣ ଦୃଶ୍ୟ। ବନ୍ଦୀ ଭାବେ ଥିବା ମହିଳା ରାମରତିଙ୍କ ଦେହର ହାଡ-କଙ୍କାଳ ଦେଖାଯାଉଥିଲା। ପିନ୍ଧିଥିଲେ ଦୀର୍ଘ ଦିନର ମଇଳା କପଡା। ବନ୍ଧନମୁକ୍ତ ହେବାପରେ ତାଙ୍କ ମୁହଁରେ ଖୁସି ଫେରିଆସିଥିଲା। ଗାଧୋଇବା ପରେ ଖାଇଥିଲେ। ଆଉ ହାତରେ ଚୁଡି ଓ ଓଠରେ ଲିପଲିଷ୍ଟ ଲଗାଇବାକୁ ମାଗିଥିଲେ।

ମତାମତ ଦିଅନ୍ତୁ ।