ପାଓ୍ଵାର୍‌ ପ୍ଲାଣ୍ଟ୍‌ରେ ଦୁର୍ଘଟଣା : ୧୩ ଆହତ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ଘରୋଇ ମାଲିକାନାରେ ଚାଳିତ ଏକ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ୍‌ରେ ଦୁର୍ଘଟଣା ଘଟି ୧୩ଜଣ ଶ୍ରମିକ ଆହତ ହୋଇଛନ୍ତି।

ଖବର ଅନୁଯାୟୀ ଲକ୍ଷ୍ନୌ ଠାରୁ ପ୍ରାୟ ୩୫୦ କିଲୋମିଟର୍‌ ଦୂର ସୋନଭଦ୍ରା ଜିଲ୍ଲାର ‘ଲାଙ୍କୋ ଆନପାରା ପାଓ୍ଵାର୍‌ ଲିମିଟେଡ୍‌’ର ‘ପାଓ୍ଵାର୍‌ ଜେନେରେଟିଙ୍ଗ୍‌ ୟୁନିଟ୍‌’ ମଧ୍ୟରୁ ଗୋଟିଏର ଆଜି ସକାଳେ ମରାମତି ଚାଲିଥିଲା। ଏହି ସମୟରେ ବଏଲର୍‌ର ଟିଣ ଛପର ଖସିପଡ଼ିବାରୁ ୧୩ଜଣ ଶ୍ରମିକ ଆହତ ହୋଇଥିଲେ। ସେମାନକୁ ସ୍ଥାନୀୟ ଡାକ୍ତରଖାନାରେ ଆଠଜଣ ଶ୍ରମିକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ବେଳେ ପାଞ୍ଚଜଣଙ୍କର ଚିକିତ୍ସା ଚାଲିଥିବା ‘ପାଓ୍ଵାର୍‌ କମ୍ପାନି’ ସୂଚନା ଦେଇଛି। ହତମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇବା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରୀ କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button