ଫାଣ୍ଟାସି ସ୍ପୋର୍ଟସ ପ୍ଲାଟଫର୍ମ ସ୍ପୋର୍ଟଜ୍‍ଏକ୍ସଚେଞ୍ଜ ବ୍ରାଣ୍ଡ୍‍ ଆମ୍ବାସାଡର ଭାବେ ପୃଥ୍ୱୀ ଶ’ଙ୍କୁ ଚୁକ୍ତିବଦ୍ଧ କଲା

ମୁମ୍ବଇ : ଭାରତରେ ଫାଣ୍ଟାସି ସ୍ପୋର୍ଟସ୍‍ ଜଗତରେ ଅନ୍ୟତମ ନବୀନ ଓ ଦ୍ରୁତତମ ଅଭିବୃଦ୍ଧିଶୀଳ କମ୍ପାନୀ ସ୍ପୋର୍ଟଜ୍‍ଏକ୍ସଚେଞ୍ଜ ଶକ୍ତି ଓ ସାମର୍ଥ୍ୟର ଗନ୍ତାଘର ପୃଥ୍ୱୀ ଶ’ଙ୍କୁ ବ୍ରାଣ୍ଡ୍‍ ଆମ୍ବାସାଡର ଭାବେ ଚୁକ୍ତିବଦ୍ଧ କରାଇଛି। ସ୍ପୋର୍ଟଜ୍‍ଏକ୍ସଚେଞ୍ଜ ତାହାର ବିଷୟବସ୍ତୁ ‘ୟାହାଁ ହୈ କୁଛ ଏକ୍ସଟ୍ରା’ର ଅଂଶସ୍ୱରୂପ ପୃଥ୍ୱୀ ଶ’ଙ୍କୁ ନେଇ ନିୟୋଜିତ ରହିବା ଭଳି ବିଷୟବସ୍ତୁ ପ୍ରସ୍ତୁତ କରିବ। ଯାହା ଏହାର ବିବିଧ ଅଫରଗୁଡିକ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ଆଗାମୀ ଆଇପିଏଲ/ଫାଣ୍ଟାସି ମ୍ୟାଚ୍‍ଗୁଡିକ ସମୟରେ ବ୍ରାଣ୍ଡ୍‍ର ପହଞ୍ଚକୁ ବହୁଗୁଣିତ କରିବ।

ପ୍ରାରମ୍ଭିକ ଭାବରେ ମାଗଣାରେ ପ୍ରତିଯୋଗିତା ଖେଳିବାକୁ ଏକ ବେଟା ଭର୍ସନ ପ୍ରଚଳନ କରାଯାଇଥିବା ସ୍ପୋର୍ଟଜ୍‍ଏକ୍ସଚେଞ୍ଜ ଆଗକୁ ବଢିବା ଓ ଫାଣ୍ଟାସି ସ୍ପୋର୍ଟସ ଶିଳ୍ପରେ ନିଜର ପରିଚୟ ସୃଷ୍ଟି କରିବାକୁ ଏହାର ସଂପୂର୍ଣ୍ଣ ସଂସ୍କରଣ ପ୍ରଚଳନ କରିବାକୁ ତ୍ୱରିତ ପଦକ୍ଷେପ ନେଉଛି। ସ୍ପୋର୍ଟଜ୍‍ଏକ୍ସଚେଞ୍ଜ ଫାଣ୍ଟାସି କ୍ରିକେଟର କ୍ଲାସିକ ସଂସ୍କରଣ ଉପଲବ୍ଧ କରାଉଛି-ତାହା ହେଉଛି ଟିମ୍‍ ଫାଣ୍ଟାସି ଓ ଫାଣ୍ଟାସି କ୍ରିକେଟର ଏକ ଏକ୍ସଟ୍ରା ସଂସ୍କରଣ-ଏକ ୩ଏକ୍ସ ବୈଶିଷ୍ଟ୍ୟ ଥିବା ୩ଏକ୍ସ ଫାଣ୍ଟାସି। ଯାହା ଅନ୍ୟ କାହା ସହିତ ତୁଳନୀୟ ନୁହେଁ। ଏହାର ସମକକ୍ଷ ଯେଉଁ ସୁବିଧା ଯୋଗାଉନାହାନ୍ତି ତାହାର ଉର୍ଦ୍ଧ୍ୱକୁ ଯାଇ ସ୍ପୋର୍ଟଜ୍‍ଏକ୍ସଚେଞ୍ଜ ବ୍ୟବହାରକାରୀଙ୍କୁ ଗେମ୍‍ କ୍ରେଡିଟର ଆବଣ୍ଟିତ ବଜେଟ୍‍କୁ ନେଇ ସେମାନଙ୍କ ଟିମ୍‍ ଗଠନ ସମୟରେ ସେମାନଙ୍କ ପ୍ରିୟ ଖେଳାଳିମାନଙ୍କୁ ତିନିଥର ବାଛିବାକୁ ଅନୁମତି ପ୍ରଦାନ କରୁଛି।

ପୃଥ୍ୱୀ ଶ’ଙ୍କ କହିବା ଅନୁଯାୟୀ ସ୍ପୋର୍ଟଜ୍‍ଏକ୍ସଚେଞ୍ଜ ଜରିଆରେ କ୍ରିକେଟର ଫାଣ୍ଟାସି ସ୍ପୋର୍ଟ ବିଷୟବସ୍ତୁ ସହ ଜଡିତ ହେବାନେଇ ମୁଁ ଅତ୍ୟନ୍ତ ଆନନ୍ଦିତ। ଏହି ପ୍ଲାଟଫର୍ମର ଅନେକ ‘ଏକ୍ସଟ୍ରା’ ରହିଛି ଯାହା କ୍ରୀଡାକୁ ଅଧିକ ମଜାଦାର କରୁଛି। ମୁଁ ଭାବୁଛି ସ୍ପୋର୍ଟଜ୍‍ଏକ୍ସଚେଞ୍ଜରେ ଖେଳାଳିମାନେ ଏକ ଭିନ୍ନ ଅନୁଭୂତି ଲାଭ କରିବେ।

ସ୍ପୋର୍ଟଜ୍‍ଏକ୍ସଚେଞ୍ଜର ପ୍ରତିଷ୍ଠାତା ଓ ସିଇଓ ହରି ନାରାୟଣ କହିଛନ୍ତି ସ୍ପୋର୍ଟଜ୍‍ଏକ୍ସଚେଞ୍ଜ ସହିତ ଏକ ଚିତ୍ତାକର୍ଷକ ଯାତ୍ରାରେ ସାମିଲ ହେବାପାଇଁ ଆମେ ପୃଥ୍ୱୀ ଶ’ଙ୍କୁ ସ୍ୱାଗତ କରୁଛୁ। ଆମେ ସର୍ବଦା ଭାରତର ଯୁବଗୋଷ୍ଠୀର ଅସୀମିତ ଶକ୍ତି ଓ ଆହ୍ୱାନମୂଳକ ପରିସ୍ଥିତିରେ ପ୍ରଦର୍ଶନ କରିବାକୁ ସେମାନଙ୍କ ବିପୁଳ ସାମର୍ଥ୍ୟ ଉପରେ ବିଶ୍ୱାସ କରିଆସିଛୁ। ସ୍ପୋର୍ଟଜ୍‍ଏକ୍ସଚେଞ୍ଜରେ ଆମର ଆଭିମୁଖ୍ୟ ସର୍ବଦା ତାହା ହିଁ ରହିଆସିଛି।

Leave a Reply

Your email address will not be published. Required fields are marked *

Back to top button