ଫାଷ୍ଟ କଜିନ୍‌ଙ୍କ ମଧ୍ୟରେ ବିବାହ ଆଇନ‌ଗତ ଅପରାଧ

ନୂଆଦିଲ୍ଲୀ : ଏଣିକି ଫାଷ୍ଟ କଜିନ୍‌ (ନିଜ ଦାଦା/ବଡ଼ ବାପା/ ପିଉସୀ/ ମାଉସୀ/ ମାମୁଁଙ୍କ ପୁଅ-ଝିଅ)ଙ୍କୁ ବିବାହ ପାଇଁ ଅନୁମତି ମିଳିବନି। ଏହା ଆଇନଗତ ଅପରାଧ। ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏହାକୁ ଅବୈଧ ବୋଲି ରାୟ ଦେଇଛନ୍ତି।

ଖବର ଅନୁଯାୟୀ ଲୁଧିଆନାର ଖାନ୍ନା ସିଟି-୨ ଥାନାରେ ଆଇପିସିର ଧାରା ୩୬୩ ଓ ୩୬୬ଏ ଅନୁଯାୟୀ ହୋଇଥିବା ମାମଲରେ ଅଗ୍ରୀମ ଜାମିନ୍‌ ପାଇଁ ଜଣେ ୨୧ ବର୍ଷୀୟ ଯୁବକଙ୍କ ଆବେଦନ କରିଥିଲେ। ଏହାର ଶୁଣାଣି କରି ହାଇକୋର୍ଟ ଖଣ୍ଡପୀଠ କହିଛନ୍ତି ଫାଷ୍ଟ କଜିନଙ୍କ ମଧ୍ୟରେ ବିବାହ ଅବୈଧ। ଜଷ୍ଟିସ୍‌ ଅରବିନ୍ଦ ସିଂହ ସାଙ୍ଗୱାନ ଶୁଣାଣି ସମୟରେ ଆହୁରି କହିଛନ୍ତି ଫାଷ୍ଟ କଜିନଙ୍କ ସହ ଲିଭ୍‌-ଇନ୍‌-ରିଲେସନସିପ୍‌ରେ ରହିବା ପରେ ଯଦି ଜଣେ ଯବୁକ ଯବୁତୀଙ୍କୁ ବିବାହ କରିଛନ୍ତି ବୋଲି ଦାବି କରନ୍ତି ତାହା ଆଇନସିଦ୍ଧ ନୁହେଁ। ୧୮ ବର୍ଷରୁ ଉର୍ଦ୍ଧ୍ଵ ହୋଇଥିଲେ ମଧ୍ୟ ଏହି ବିବାହ ଆଇନଗତ ଅପରାଧ ବୋଲି କହିଛନ୍ତି।

ରିପୋର୍ଟ ଅନୁଯାୟୀ ଆବେଦକାରୀ ଦର୍ଶାଇଛନ୍ତି ସେ ଯୁବତୀଙ୍କ ସହ ଲିଭ୍‌ ଇନ୍‌ରେ ଥିଲେ। କିନ୍ତୁ ଝିଅର ବୟସ ୧୭ ଥିଲା ବୋଲି ସରକାରୀ ଓକିଲ ଯୁକ୍ତି ବାଢ଼ିଥିଲେ। ତାହାଛଡା ଦୁଇଜଣ ଫାଷ୍ଟ କଜିନ୍‌ ହୋଇଥିବା ବେଳେ ଝିଅଟି ନାବାଳିକା ବୋଲି ସେ କହିଥିଲେ। କିନ୍ତୁ କହିଥିଲେ କୋର୍ଟ ଲିଭ ଇନ୍‌ରେ ରହିବା ଭୁଲ୍‌। ଏହି ବିବାହ ଅସମ୍ଭବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୧ ଜାନୁଆରୀରେ ହେବ ବୋଲି ବୋଲି ହାଇକୋର୍ଟ କହିଛନ୍ତି।

ମତାମତ ଦିଅନ୍ତୁ ।