ଫଟୋ ସେଆର କରି ଟ୍ୱିଙ୍କିଲ ଲେଖିଲେ ଛାଡ଼ପତ୍ର ସଂଖ୍ୟା କମିବ

ମୁମ୍ବାଇ : ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ଟ୍ୱିଙ୍କିଲ ଖନ୍ନା ଦୀର୍ଘଦିନ ହେଲା ଫିଲ୍ମଠାରୁ ଦୂରରେ ରହିଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ଆକ୍ଟିଭ ରହି ନିୟମିତ ପୋଷ୍ଟ କରୁଛନ୍ତି। ନିକଟରେ ଟ୍ୱିଙ୍କିଲ ଏକ ଫଟୋ ସହ ଲେଖିଥିବା ହେଇପଦ ଏବେ ଭାଇରାଲ ହେଉଛି।

ଖବର ଅନୁଯାୟୀ ଟ୍ୱିଙ୍କିଲ-ଅକ୍ଷୟ କୁମାର ଦୁହେଁ ଛୁଟି କଟାଉଥିବା ବେଳେ ଦୁଇଟି ଫଟୋକୁ ଟ୍ୱିଙ୍କିଲ ଇନ୍‌ଷ୍ଟାଗ୍ରାମରେ ସେଆର କରିଛନ୍ତି। ଗୋଟିଏରେ ଟ୍ୱିଙ୍କିଲ ଓ ଅକ୍ଷୟ ନର୍ମାଲ ପୋଜରେ ଏବଂ ଅନ୍ୟଟିରେ ଅକ୍ଷୟଙ୍କ ନାକକୁ ଟ୍ୱିଙ୍କିଲ ଚିପି ଦେଇଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ସେଆର କରି ଟ୍ୱିଙ୍କିଲ ଲେଖିଛନ୍ତି ‘ଇନଷ୍ଟାଗ୍ରାମ ଏବଂ ବାସ୍ତବ ଜୀବନର ଦମ୍ପତ୍ତି। ଯଦି ଆମେ ପରସ୍ପରକୁ ଦେଖି ଏଭଳି ହସୁଥିବା ଯେପରିକି ଆମେ କରୁ, ତା’ହେଲେ ଛାଡ଼ପତ୍ର ସଂଖ୍ୟା ବେଶ୍ କମିଯିବ।

ସେହିପରି ଏହାପୂର୍ବରୁ ଅକ୍ଷୟ କୁମାର ପତ୍ନୀ ଟ୍ୱିଙ୍କିଲଙ୍କ ସହ ଥିବାର ଏକ ଫଟୋ ଶେଆର କରିଥିଲେ। କ୍ୟାପସନ ଲେଖିଥିଲେ ମହାମାରୀ ମଧ୍ୟରେ ଛୁଟି ମିଳିଥିବାରୁ ମୁଁ ବେଶ୍‌ କୃତଜ୍ଞ। ଅକ୍ଷୟ ଓ ଟ୍ୱିଙ୍କିଲ ବଲିଉଡର ସବୁଠାରୁ ସଫଳ ଦମ୍ପତ୍ତିଙ୍କ ମଧ୍ୟରୁ ଗୋଟିଏ। ଜାନୁଆରୀ ୧୭ରେ ଉଭୟ ୨୧ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button