ପିଆଜ ୯୦ ଟଙ୍କା ଛୁଇଁଲାଣି : କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳକୁ ଚିଠି

ଭୁବନେଶ୍ଵର : ରାଜ୍ୟରେ ପିଆଜ ଦର ଆକାଶ ଛୁଆଁ। ଚଳିତ ମାସ ଆରମ୍ଭରୁ କିଲୋ ୪୦ ଟଙ୍କାରେ ମିଳୁଥିଲା। ଏବେ ଶହେ ଛୁଇଁବାକୁ ଯାଉଛି। ନାସିକରେ ଉତ୍ପାଦନ ହୋଇନି ଓ ବେଙ୍ଗାଲୁରୁରେ ବର୍ଷା। ପିଆଜ ଓଡ଼ିଶା ଆସୁନଥିବାରୁ ବଜାରରେ ଚଢା ଦରରେ ବିକ୍ରି ହେଉଛି। କଳାବଜାରୀ ରୋକିବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯୋଗାଣ ବିଭାଗ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି।

ଓଡ଼ିଶା ପିଆଜ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରୁଛି। ଏବେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ପ୍ରତିବର୍ଷ ତାହାହିଁ ହେଉଛି। ନାସିକରେ ନୂଆ ପିଆଜ ଉତ୍ପାଦନ ହୋଇନଥିବା ବେଳେ ବେଙ୍ଗାଳୁରୁରେ ଜାରି ରହିଛି ବର୍ଷା। ଫଳରେ ଓଡ଼ିଶାକୁ ପିଆଜ ଆମଦାନୀ ବହୁତ କମ୍‌ ରହିଛି ବୋଲି ବ୍ୟବସାୟୀ କହିଛନ୍ତି।। ମାସ ଆରମ୍ଭରେ ୪୦ ଓ ସପ୍ତାହ ଆଗରୁ ୫୦ ଟଙ୍କାରେ ପିଆଜ ବିକ୍ରି ହେଉଥିଲା। ଏବେ ୮୦ରୁ ୯୦ ଟଙ୍କାରେ ପହଞ୍ଚିଲାଣି। ଯାହା ଅନୁମାନ କରାଯାଉଛି ଆଗକୁ ଦର ଆହୁରି ବଢିବ। ଏଇ ମଉକାରେ କାଳବଜାରୀ ହେବାର ଯଥେଷ୍ଠ ସମ୍ଭାବନା ରହିଛି।

ମତାମତ ଦିଅନ୍ତୁ ।