ପୀଡ଼ିତା ଓ ଦୁଷ୍କର୍ମକାରୀକୁ ବାନ୍ଧି ଲୋକେ ଗାଁରେ ବୁଲାଇଲେ

ଭୋପାଳ : ମଧ୍ୟପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଦଣ୍ଡିତ କରିବା ପରିବର୍ତ୍ତେ ଗ୍ରାମବାସୀ ପୀଡ଼ିତା ଓ ଦୁଷ୍କର୍ମକାରୀକୁ ବାନ୍ଧି ଗାଁରେ ବୁଲାଇଛନ୍ତି। ଏହି ଘଟଣାରେ ଅଭିଯୁକ୍ତ ସମେତ ୬ଜଣଙ୍କୁ ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ ମଧ୍ୟପ୍ରଦେଶର ଏକ ଗାଁରେ ଦୁଷ୍କର୍ମର ଶିକାର ପୀଡ଼ିତାକୁ ବିଚିତ୍ର ନ୍ୟାୟ ଦେଇଛନ୍ତି। ଅଭିଯୁକ୍ତକୁ ପୋଲିସରେ ନଦେଇ ପୀଡ଼ିତା ଓ ଦୁଷ୍କର୍ମକାରୀକୁ ବାନ୍ଧି ଲୋକେ ଗାଁରେ ବୁଲାଇଥିଲେ। ଏହାର ଏକ ଭିଡିଓ ମଧ୍ୟ ରେକର୍ଡ କରାଯାଇଥିଲା। ଯେଉଁଥିରେ ଗାଁ ଲୋକେ ଭାରତ ମାତା କି ଜୟ କହୁଥିବାର ଶୁଣିବାକୁ ମିଳିଛି। ଏହି ଭିଡିଓ ଭାଇରାଲ ହେବା ‌‌ପରେ ପୋଲିସ ଅଧିକାରୀ ଦିଲୀପ ସିଂହ ବିଲୱାଲ ଉକ୍ତ ଗାଁରେ ପହଞ୍ଚି ଅଭିଯୁକ୍ତ ସମେତ ୬ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ଦିଲୀପ ସିଂହ କହିଛନ୍ତି ଗାଁ ଲୋକେ କେବଳ ଦୁହିଁଙ୍କୁ ବାନ୍ଧି ବୁଲାଇବା ନାହାନ୍ତି ମାଡ ମଧ୍ୟ ମାରିଛନ୍ତି। ଏହି ଘଟଣାରେ ପୀଡ଼ିତାଙ୍କ ପରିବାର ସାମିଲ ଥିଲେ। ସେଥିପାଇଁ ଦୁଷ୍କର୍ମ ଅଭିଯୁକ୍ତ ଏବଂ ପୀଡ଼ିତାର ପରିବାର ସଦସ୍ୟ ଓ ବାନ୍ଧି ବୁଲାଇଥିବା ଗାଁ ଲୋକଙ୍କ ବିରୋଧରେ ମାମଲା ହୋଇଛି।

Leave a Reply

Your email address will not be published. Required fields are marked *

Back to top button