ପିଏମ୍ କେୟାର ଫଣ୍ଡରେ କିଣାଯିବ ୧ଲକ୍ଷ ଅମ୍ଳଜାନ କନସେନଟ୍ରେଟର

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ଡାକ୍ତରଖାନାରେ ଅମ୍ଳଜାନ ଅଭାବ ପାଇଁ ଅନେକ ରୋଗୀଙ୍କର ମୃତ୍ୟୁ ହୋଇଛି। ଏହାକୁ ଦୃଷ୍ଟିରେ ରଖି ୧ଲକ୍ଷ ପୋର୍ଟେବୁଲ ଅମ୍ଳଜାନ କନସେନଟ୍ରେଟର କିଣାଯିବ। ଏଥିପାଇଁ ପିଏମ୍ କେୟାର ଫଣ୍ଡ ଯୋଗାଇବ ଆର୍ଥିକ ସହାୟତା।

ବୁଧବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି। ଅକ୍ସିଜେନ କୋନସେନଟ୍ରେଟର୍ସକୁ ଯଥାଶୀଘ୍ର କିଣାଯାଇ ରାଜ୍ୟ ଗୁଡ଼ିକୁ ବିତରଣ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଅକ୍ସିଜେନ ପ୍ଲାଣ୍ଟ ଶୀଘ୍ର ତିଆରି ହେବା ଆବଶ୍ୟକ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button