ପିପିଲି : ବିଜେପି ରାଲି ଉପରେ ଆକ୍ରମଣ ଅଭିଯୋଗ

ପୁରୀ : ପିପିଲିରେ ରାୟଗୁରୁପୁରରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ରାଲିରେ ଉପସ୍ଥିତ କର୍ମୀଙ୍କ ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।
ଶୁକ୍ରବାର ବିଜେପିର କରିଛି ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପିର ଜଣେ କର୍ମୀ ଆହତ ହୋଇଛନ୍ତି। ରାଲିରେ ଯାଉଥିବା ବିଜେପି କର୍ମୀଙ୍କ ଗାଡ଼ିକୁ ଭାଙ୍ଗି ଦିଆଯାଇଛି। ଏହାର ପ୍ରତିବାଦରେ ଡେଲାଙ୍ଗ-ରାୟଗୁରୁପୁର ରାସ୍ତାରେ ଧାରଣାରେ ବସିଛନ୍ତି ପ୍ରାର୍ଥୀ ଆଶ୍ରିତ ଓ ବିଜେପି କର୍ମୀ। ନିର୍ବାଚନ ଆଉ ମାତ୍ର ଦିନ କେଇଟା ବାକିଥିବା ବେଳେ ଏଭଳି ଆକ୍ରମଣ ଅଭିଯୋଗ ପିପିଲି ରାଜନୀତିକୁ ଆହୁରି ଉଷ୍ମ କରିଛି।